ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ବାଦ୍ୟ ବାଜଣାରେ ପ୍ରକମ୍ପିତ ଅଞ୍ଚଳ

ଭବାନୀପାଟଣା: ଆଜି ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଶନିବାର ମହାଷ୍ଟମୀ ରାତିରେ ମା’ମାଣିକେଶ୍ଵରୀଙ୍କ ମନ୍ଦିରରେ ସନ୍ଧି ପୂଜା ପରେ ମା’ଙ୍କ ପ୍ରତୀକ ଛତରକୁ ସହର ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଇଥିଲା । ସେଠାରେ ବିଧି ମତେ ଗୁପ୍ତ ପୂଜା ପରେ ଭୋର ୫ଟା ୫୦ ମିନିଟରେ ମା’ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଥିଲା । ଘଣ୍ଟ, ଶଙ୍ଖ, ହୁଳହୁଳି ସହ ଘୁମୁରା, ତାଳ, ନିଶାନ, ଢୋଲର ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଛି । ହଜାର ହଜାର ଭକ୍ତଙ୍କ ଗହଳି ମଧ୍ୟରେ ପୂଜକ କାନ୍ଧରେ ମା’ଙ୍କ ପ୍ରତୀକ ଛତର ହଲି ଝୁଲି ମନ୍ଦିର ଅଭିମୁଖେ ବାହାରିଛନ୍ତି । ସକାଳ ୮ଟା ସୁଦ୍ଧା ମା’ଙ୍କ ଛତର ଆରଇଓ କଲୋନୀ ଅଞ୍ଚଳରେ ପହଞ୍ଚିଛି। ଛତର ଯାତ୍ରା ପାଇଁ ଗତ ରାତିରୁ ସମଗ୍ର ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି ।

Comments are closed.