www.samajalive.in
Monday, December 15, 2025
26.1 C
Bhubaneswar

କଳାପଥର ବଜାରରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି, ଝଲସୁଛି ପୂଜା ମଣ୍ଡପ

କଳାପଥର(ବାଙ୍କୀ): ପବିତ୍ର ବିଜୟା ଦଶମୀ ଅବସରରେ କଳାପଥର ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା ଦୁର୍ଗାଙ୍କ ସହ ଅନ୍ୟ ଦେବଦେବୀଙ୍କର ପୂଜାର୍ଚନା ଆରମ୍ଭ ହୋଇଛି। କଳାପଥର ଅଞ୍ଚଳର ମୁଖ୍ୟ ବଜାରରେ ଦୁର୍ଗା ମୂର୍ତ୍ତି ପୂଜା ସପ୍ତମୀ ତିଥିରୁ ଆରମ୍ଭ ହୋଇଛି। ମଧ୍ୟାହ୍ନ ବିଲ୍ୱବରଣ, କଳସ ଯାତ୍ରା କରାଯାଇ ଦେବୀଙ୍କୁ ମହାସ୍ନାନ ପୂର୍ବକ ଘଟ ସ୍ଥାପନ କରାଯାଇଥିଲା। ଅପରାହ୍ନରେ ନେତ୍ର ମିଳନ ଓ ମାଙ୍କ ମୂର୍ତ୍ତିଙ୍କୁ ଜୀବଦାନ କରାଯାଇ ଷୋଡ଼ଷ ଉପଚାରରେ ଚଣ୍ଡୀପାଠ ଓ ପୂଜାପାଠ କରାଯାଇ ଥିଲା। କର୍ତ୍ତା ଭାବେ ଲିଙ୍ଗରାଜ ସାହୁ ଦାୟିତ୍ୱ ବହନ କରୁଥିବା ବେଳେ ବ୍ୟାସ ପ୍ରମୋଦ ମହାପାତ୍ର ପୂଜା ପାଠ ଓ ଚଣ୍ଡୀ ପାଠ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ମସଜିଦ ଛକରେ ବନ ଦୁର୍ଗା, ବରାହ ବଜାରରେ ବରାହ, ତ୍ରିନାଥ ବଜାରରେ ତ୍ରିନାଥ, ସାହୁ ବଜାରରେ ଜଗନ୍ନାଥ, ଜୁବୁଲି ମାର୍କେଟରେ ମହାବୀର, ନୃସିଂହ ବଜାରରେ ନୃସିଂହ ଅବତାର, ରାଧାକୃଷ୍ଣ ବଜାରରେ ରାଧାକୃଷ୍ଣ, ପଞ୍ଚାନନ ବଜାରରେ ଶିବ ପାର୍ବତୀ, ଗୋଳେଇ ଛକରେ ରାମଅଭିଷେକ, ହନୁମାନ ବଜାରରେ ହନୁମାନ, ଆନନ୍ଦ ବଜାରରେ ଲକ୍ଷ୍ମୀ ନାରାୟଣ, ପତନୀ ପୁରୁଣା ମାର୍କେଟରେ ମା ଦୁର୍ଗା, ବସ ଷ୍ଟାଣ୍ଡରେ ହନୁମାନ, ବୈଦ୍ୟଶ୍ୱର ବଜାରରେ ଦୁର୍ଗା ମୂତ୍ତି ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories