www.samajalive.in
Sunday, December 7, 2025
13.1 C
Bhubaneswar

ବିଦ୍ୟୁତ ସୁରକ୍ଷା ଓ ସଚେତନତା ବାର୍ତ୍ତା ନେଇ ଟିପିଏସଓଡିଏଲ୍ କର୍ମଚାରୀଙ୍କ ସାଇକେଲ ଯାତ୍ରା

ମାଲକାନଗିରି: ବିଦ୍ୟୁତ ଉପଭୋକ୍ତା ଓ କରମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟିପିଏସଓଡିଏଲ୍ କର୍ମଚାରୀ ଇଂ ସୌମ୍ୟ ରଞ୍ଜନ ଲେଙ୍କାଙ୍କ ଦ୍ବାରା ଏକ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ସାଇକେଲ ମାଧ୍ୟମରେ ମାଲକାନଗିରିଠାରୁ ସିଲ୍କସିଟି ବ୍ରହ୍ମପୁର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସ୍ଥାନୀୟ ଉପଖଣ୍ଡ ଓ କନିଷ୍ଠ ଯନ୍ତ୍ରୀ, ମାଲକାନଗିରିଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଆଶିଶ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପଖଣ୍ଡ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ଦାସ ଓ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏହାକୁ ପରିଚାଳନା କରିଥିଲେ। ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସେ ସଂକ୍ଷିପ୍ତ ବକ୍ତବ୍ୟରଖି କହିଥିଲେ ଯେ, ଆଜିର ଅତ୍ୟାଧୁନିକ ଯୁଗରେ ବିଦ୍ୟୁତ ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପଡିଛି। କିନ୍ତୁ ମଣିଷ ଜୀବନକୁ ସରସ ସୁନ୍ଦର କରିଥିବା ଏହି ବିଦ୍ୟୁତ୍ ସହିତ ସାମାନ୍ୟ ଅସାବଧାନତା ହେଲେ ବଡ ଦୁର୍ଘଟଣା ଘଟି ଧନ ଜୀବନ ମଧ୍ୟ ହାନି ଘଟିପାରେ। ତେଣୁ ବିଦ୍ୟୁତ ବ୍ୟବହାର ତଥା କାର୍ଯ୍ୟକ୍ଷେତ୍ରରେ ସଦା ସୁରକ୍ଷା ଅବଲମ୍ବନ କରିବା ଉଚିତ୍। ଇଂ ଶ୍ରୀ ଲେଙ୍କା ତାଙ୍କ ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ ସେ ତାଙ୍କ ଯାତ୍ରା ମଧ୍ୟରେ ପଡୁଥିବା ଗାଁ ସହରମାନଙ୍କରେ ବିଦ୍ୟୁତ ସୁରକ୍ଷା ସମ୍ପର୍କରେ ଛୋଟ ଛୋଟ ପଥପ୍ରାନ୍ତ ସଭା ଓ କାର୍ଯ୍ୟକ୍ରମମାନ ଗ୍ରହଣ କରିବେ। ଉକ୍ତ କାଯ୍ୟକ୍ରମରେ ସୁରଜିତ ସ୍ବାଇଁ, ସୁନିଲ କୁମାର ସାବତ, ସ୍ମୃତି ରଂଜନ ପତି, ଜ୍ୟୋତି ରଂଜନ ସାହୁ, ଆଲୋକ କୁମାର ମୁଦୁଲି, ରାକେଶ ଚନ୍ଦ୍ର ପାତ୍ର, ସୌଭିକ ପାତ୍ର, ଅବିନାଶ ପଣ୍ଡା ଓ ସେକ୍ କରିମୁଲା ଆଦି ବିଦ୍ୟୁତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories