www.samajalive.in
Sunday, December 14, 2025
26.1 C
Bhubaneswar

ବିରାଟଙ୍କ ୪୮ ତମ ଦିନିକିଆ ଶତକ

ପୁଣେ  : ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ-୨୦୨୩ରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ବିରାଟ ୯୭ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୧୦୩ରନ କରିଥିଲେ । ଦିନିକିଆରେ ବିରାଟଙ୍କ ଏହା ୪୮ତମ ଶତକ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ୪୯ଟି ଶତକ ହାସଲ କରିଛନ୍ତି । ବିରାଟ ଆଉ ଗୋଟିଏ ଶତକ ହାସଲ କରିପାରିଲେ ସଚିନଙ୍କ ସହ ସମକକ୍ଷ ହୋଇପାରିବେ। ବିରାଟ ୨୮୫ଟି ମ୍ୟାଚରୁ ୫୮ ଆଭରେଜ୍‌ରେ ୪୮ଟି ଶତକ ଓ ୬୮ ଅର୍ଦ୍ଧଶତକ ସହ ୧୩୩୪୨ ରନ୍‌ କରିଛନ୍ତି। ୧୮୩ ସର୍ବାଧିକ ସ୍କୋର ରହିଛି। ବିରାଟଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଶତକ କରିବା ନେଇ ସାଥି ଖେଳାଳି ଲୋକେଶ ରାହୁଲ ପୂର୍ଣ୍ଣ ସହଯୋଗ କରିଥିଲେ। ରାହୁଲ ରନ୍‌ ନକରି ବିରାଟଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ । ଶେଷରେ ବିରାଟ ଛକା ମାରି ଶତକ ହାସଲ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories