www.samajalive.in
Monday, December 15, 2025
17.1 C
Bhubaneswar

‘ସେତୁ’ର ରୌପ୍ୟ ଜୟନ୍ତୀ : ବୁଦ୍ଧିର ବିକାଶରେ ହିଁ ଜାତିର ବିକାଶ ସମ୍ଭବ

ସମ୍ବଲପୁର : ସମ୍ବଲପୁରର ଅଗ୍ରଣୀ ସାମାଜିକ ଓ ଶୈକ୍ଷିକ ଅନୁଷ୍ଠାନ ‘ସେତୁ’ର ରୌପ୍ୟଜୟନ୍ତୀ ମହୋତ୍ସବ ଗୁରୁବାର ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ସେତୁର ସଭାପତି ପ୍ରଫେସର ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଥିଲେ ଯେ ସେତୁ ଭଳି ଅନୁଷ୍ଠାନ ସମାଜରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି। ଏଭଳି ଅନୁଷ୍ଠାନ ନ ରହିଲେ ସାମାଜିକ ସନ୍ତୁଳନ ସ୍ଥିର ହେଇ ପାରିବ ନାହିଁ ଓ ସମାଜରେ ନକାରାତ୍ମକତା ବଢିଯିବ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଆଇଆଇଏମସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟର୍ଜୀ ସୁଶୀଳ ସମାଜିକ ଅନୁଷ୍ଠାନ ଉପରେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଏଭଳି ଅନୁଷ୍ଠାନମାନ ରାଷ୍ଟ୍ରର ଅନୁଗତ ହୋଇ କାର୍ଯ୍ୟ ନକରି ସାମୁହିକ ସ୍ୱାର୍ଥ ପାଇଁ କାର୍ଯ୍ୟ କରେ। ପବ୍ଲିକ ସ୍ପିଅର୍ ବା ଜନକ୍ଷେତ୍ରରେ ହେଉଥିବା ଆଲୋଚନା ନୀତି ନିର୍ଦ୍ଧାରକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏଭିଳି ଅନୁଷ୍ଠାନମାନ ସମାଜକୁ ନୂତନ ଦିଗ ଦେଖାଏ। ସୁଶୀଳ ସମାଜିକ ଅନୁଷ୍ଠାନ ସମାଜର ନକାରାତ୍ମକତାକୁ ଦୂରକରି ଜନକ୍ଷେତ୍ରର ମାନ ବୃଦ୍ଧି କରିବାରେ ସହାୟକ ହୁଏ । ରୁଢିବାଦୀ ଗୁଣର ବର୍ଦ୍ଧନ ଆଜି ଭାରତରେ ଜନକ୍ଷେତ୍ରର ପରିସର ଓ କାର୍ଯ୍ୟକ୍ଷମତାକୁ ସଂକୁଚିତ କରିବାରେ ଲାଗିଛି । ବିତର୍କ ପାଇଁ ଚିନ୍ତନ ମନନର ନିର୍ଯ୍ୟାସ ନେଇ ସମୁଚିତ ଯୁକ୍ତି ଦରକାର, ତେବେ ଯାଇ ଜନକ୍ଷେତ୍ରର ଆଲୋଚନାରେ ବିତଣ୍ଡା ନହୋଇ ସମୁଚିତ ଆଲୋଚନା ହେବ,ସେତୁ ଭଳି ଅନୁଷ୍ଠାନ ସମାଜରେ ସେହି ମହତକାର୍ୟ୍ୟ ସମ୍ପାଦନ କରୁଛି । ଅତ୍ୟଧିକ ଆତ୍ମକୈନ୍ଦ୍ରିକ ଭାବ ଆଜି ଭାରତୀୟମାନଙ୍କ ମଧ୍ୟରେ ସମାଜମନସ୍କତାକୁ ନଷ୍ଟ କରିବାରେ ଲାଗିଛି, ତେଣୁ ଏଭଳି ଅନୁଷ୍ଠାନ ବ୍ୟକ୍ତି ମଧ୍ୟରେ ସମାଜମନସ୍କତାକୁ ବୃଦ୍ଧି କରିଥାଏ। କାରଣ ବୁଦ୍ଧିର ବିକାଶରେ ହିଁ ଜାତିର ବିକାଶ ହୋଇଥାଏ। ବିଶିଷ୍ଟ ଅତିଥି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ କହିଥିଲେ ଯେ,ସେତୁ ତିନୋଟି ପିଢିର ଶିକ୍ଷକମାନଙ୍କ ଏକ ସଙ୍ଗଠନ ଭଳି, ବୋଧହୁଏ ଏହି ଅନୁଷ୍ଠାନର ଆଦର୍ଶକୁ ପାଥେୟ କରି ଆଗକୁ ଏହାକୁ ବଢାଇନେବା ଆଗାମୀ ପୀଢୀର ଦାୟିତ୍ବ ।ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ପୁସ୍ତକର ଗୁରୁତ୍ୱ ସବୁକାଳରେ ରହିଛି ଆଜି ଏହି ପରିବର୍ତ୍ତନଶୀଳ ସମାଜରେ ସାହିତ୍ୟକୁ ମଧ୍ୟ ଏହି ପରିବର୍ତ୍ତନଶୀଳ ସମାଜ ସହ ତାଳ ଦେଇ ଚାଲିବାକୁ ହେବ। ଏହି ଅବସରରେ ମୁଖ୍ୟବକ୍ତା ପ୍ରଫେସର ଚାଟର୍ଜୀଙ୍କ ରଚିତ ପୁସ୍ତକ ‘ଦେଶର ଆତ୍ମା’ ଏବଂ ସେତୁର ରୌପ୍ୟଜୟନ୍ତୀ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ସେତୁ ସମ୍ପାଦକ ସୁକାନ୍ତ କର ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରଫେସର ପାଠୀ ସ୍ୱାଗତ ଭାଷଣ ରଖିଥିଲେ। ଉପସଭାପତି ଡ.ନିଳେଦ୍ରି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସେତୁର ଜୟକୃଷ୍ଣ ବେହେରା ଓ ରୀତାରାଣୀ ମିଶ୍ର ଯୁଗ୍ମ ସମ୍ପାଦକ ଦ୍ୱୟଙ୍କ ସହଯୋଗିତାରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରିଷ୍ଠ ସଦସ୍ୟ ହରିନାରାୟଣ ପଣ୍ଡାଙ୍କ ସଂଯୋଜନାରେ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀ ସ୍ମୃତି ପୁରସ୍କାର ଓ କ୍ଷୀରୋଦ ପ୍ରସାଦ ମିଶ୍ର ସ୍ମୃତି ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରିୟଦର୍ଶିନୀ ବେହେରାଙ୍କୁ ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀ ସ୍ମୃତି ପୁରସ୍କାର ଏବଂ ସମ୍ବଲପୁର ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର  ରଖିଥିବା ସମୀକ୍ଷା ପଟେଲଙ୍କୁ କ୍ଷିରୋଦ ପ୍ରସାଦ ମିଶ୍ର ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ସଦସ୍ୟ ଡ.କାମଦେବ ସାହୁଙ୍କ ସଂଯୋଜନା ଏବଂ ଅନନ୍ୟା ବେହେରାଙ୍କ ସହଯୋଗିତାରେ ‘ସେତୁ’ର ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଡ. ନିମାଇଁ ଚରଣ ପଣ୍ଡା, ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ, ଡା. ରମାବଲ୍ଲଭ ମିଶ୍ର, ବିଦ୍ୟାର୍ଣ ପଣ୍ଡା, ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର କେଦାରନାଥ ବେହେରା, ପ୍ରଫେସର ସୁଦର୍ଶନ ପୂଜାରୀ, ରାମଚରଣ ଗୁରୁ, ପ୍ରଫେସର ଅଶୋକ କୁମାର ଦାଶଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେତୁ ପକ୍ଷରୁ ଚାଲୁଥିବା ଶିକ୍ଷା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶିକ୍ଷୟିତ୍ରୀ ତ୍ରୟ ସନ୍ତୋଷିନୀ ବଢେଇ, ଶାନ୍ତିଲତା ରଣବିଡା ଓ ପ୍ରଣତି ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।  ଡ. ସତ୍ୟନାରାୟଣ ଠାକୁର ଓ ଡ. ସ୍ୱୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ରୌପ୍ୟଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକାରିଣୀ ସଦସ୍ୟ ହରିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ଅସୀମ ପ୍ରଧାନ ଓ ଦୀପାଳି ଚୌଧୁରୀଙ୍କ ସଂଯୋଜନାରେ ବିକାଶ ଦି କନସେପ୍ଟ ସ୍କୁଲ, ଲେଡିଲୁଇଜ ସ୍କୁଲ, ବୁଢାରଜା ସ୍କୁଲ ଓ ଖୁଲିଆ ସେବାଶ୍ରମ ବିଦ୍ୟାଳୟର ଛାତ୍ର- ଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାର୍ଣ ପଣ୍ଡା, ରବିରଞନ ପ୍ରଧାନ,ସୁବ୍ରତ ପଟ୍ଟନାୟକ ପ୍ରମୁଖ କାର୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories