www.samajalive.in
Saturday, December 13, 2025
26.1 C
Bhubaneswar

‘ମେରା ମାଟି ମେରା’ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍, ଯୁବ ରେଡକ୍ରସ ଓ ମୋ କଲେଜ ଅଭିଯାନ ଏବଂ କୋରାପୁଟର ନେହେରୁ ଯୁବ କେନ୍ଦ୍ର ତରଫରୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରାୟୋଜିତ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଉଦଘାଟନ କରି ଦେଶ ପ୍ରଗତିରେ ଯୁବ ମାନଙ୍କ ଭୂମିକା ଉପରେ କହିଥିଲେ। ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ କିପରି ଗ୍ରାମାଞ୍ଚଳରୁ ଯୁବକ ମାନେ ଦେଶକୁ ଆଗେଇ ନେଇପାରିବେ ସେ ନେଇ ପାଇଁ ଆହ୍ବାନ ଦେଇଥିଲେ।

ନେହେରୁ ଯୁବ କେନ୍ଦ୍ର କୋରାପୁଟର ଜାତୀୟ ଯୁବ ସ୍ବେଚ୍ଛାସେବୀ ସଦନ ମିଣିଆକା ଓ ପ୍ରସାଦ ହିକ଼କା ଯୁବ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଇତ୍ୟବସରରେ ବିଭିନ୍ନ ଗ୍ରାମରୁ ସଂଗୃହିତ ମାଟି ଏକ କଳସରେ ପୁରାଯାଇ ଥିଲା। ଅତିଥି ମାନଙ୍କୁ ମାନପତ୍ର ସହ ଗାମୁଛା ପ୍ରଦାନ କରାଯିବା ସହ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା, ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ସନ୍ତୋଷିନୀ ଦାଶ ତଥା ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ, ସୁଶ୍ରୀ ବୈଶାଖୀ ଦୀପ୍ , ଅଧ୍ୟାପକ ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ, ଲାଲୁ ହରିଜନ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯୋଧନ ସାହୁ ଓ ମୋ କଲେଜ ଅଭିଯାନ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ, ଶେଷରେ ସୁଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories