www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବକପ: ଭାରତର ଦମଦାର ବିଜୟ, ୭ ୱିକେଟରେ ହାରିଲା ବାଂଲାଦେଶ

ପୁନେ: ଆଜି ପୁନେଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଂଲାଦେଶଠାରୁ ଭାରତ ୭ୱକେଟରେ ବିଜୟୀ ହୋଇଛି। ଆଜି ଆଇସିସି ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲାରେ ଏକପାଖିଆ ଭାରତ ବିଜୟ ଲାଭ କରିଛି। ବାଂଲାଦେଲ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୫୬/୮ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲା ଏବଂ ଭାରତକୁ ୨୫୭ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ମାତ୍ର ୪୧.୩ ଓଭରରେ ୨୬୧ରନ କରି ୭ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଛି ଭାରତ।

ବାଂଲାଦେଶକୁ ହରାଇ ଭାରତର ଚତୁର୍ଥ ବିଜୟ ହାସଲ କରିଛି। ଏହା ବିଶ୍ବକପ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ ହୋଇଛି। ବାଂଲାଦେଶକୁ ୭ ୱିକେଟରେ ହରାଇ ଚତୁର୍ଥ ବିଜୟ ହାସଲ କରିନେଇଛି ଭାରତ। ବିରାଟ କୋହିଲାଙ୍କ ଚମତ୍କାର ଶତକ ବଳରେ ଭାରତର ସହଜ ବିଜୟ। ଛକା ମାରି ଶତକ ପୂରଣ କରିବା ସହ ବିଜୟ ଆଣିଥିଲେ କୋହିଲି ହାସଲ। ଏହାସହିତ ବିରାଟ କୋହିଲି ତାଙ୍କର ୪୮ତମ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ବିରାଟ କୋହିଲିଙ୍କ ଅପରାଜିତ ୧୦୩ ରନ ସାଙ୍ଗକୁ ରୋହିତ ଶର୍ମା ୪୮, ଶୁବମନ ଗିଲ ୫୩, ଶ୍ରେୟସ ଆୟାର ୧୯ ଏବଂ କେ.ଏଲ ରାହୁଲ ୩୪ ରନ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବାଂଲାଦେଶ ପକ୍ଷରୁ ମେହେଦି ହାସନ ୨ଟି ୱିକେଟ ନେଇଥିବାବେଳେ ହାସନ ମହମ୍ମୁଦ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

- Advertisement -

ଆଜି ବାଂଲାଦେଶ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ। କିନ୍ତୁ ଦଳ ମଧ୍ୟକ୍ରମ ବିଫଳ ହୋଇଥିଲା। ଭାରତୀୟ ବୋଲରମାନେ ଭଲ ବୋଲିଂ କରି ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲେ। ନିମ୍ନ ମଧ୍ୟକ୍ରମ ମଧ୍ୟରୁ ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଭଲ ସ୍କୋର ଠିଆ କରିବାରେ ସଫଳ ହୋଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା। ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲାବେଳେ ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଚଳିତ ବିଶ୍ବକପରେ ଭାରତ ସମସ୍ତ ମ୍ୟାଚ ବିଜୟୀ ହୋଇ ଅପରାଜେୟ ରହିଛି। ଏହାସହିତ ରନ ଆଧାରରେ ପଏଣ୍ଟ ଟେବୁଲ ଆଜିର ମ୍ୟାଚ ଜିତି ଭାରତ ପୁଣିଥରେ ପଏଣ୍ଟ ଟେବୁଲ ଶୀର୍ଷକୁ ଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories