www.samajalive.in
Sunday, December 14, 2025
26.1 C
Bhubaneswar

୧୩ ବର୍ଷ ପରେ ବି ଆରମ୍ଭ ହୋଇପାରିଲାନି ପ୍ରସ୍ତାବିତ ପ୍ଲାଣ୍ଟ, ଜମି ଚିହ୍ନଟବେଳେ ଗ୍ରାମବାସୀଙ୍କ ପ୍ରତିବାଦ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସମାଟାଙ୍ଗି ଠାରେ ପ୍ରସ୍ତାବିତ ପ୍ରସ୍ତାବିତ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ ଦୀର୍ଘ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ଲାଣ୍ଟ ହୋଇ ପାରିଲାନାହିଁ। କିନ୍ତୁ ଏବେ କମ୍ପାନୀ ପକ୍ଷରୁ ଜମି ଗୁଡିକ ଏଣେ ତେଣେ ବିକି ଦିଆଯାଉଛି। ଯାହାର କ୍ଷତି ସହୁଛନ୍ତି ଏବେ ଜମିହରା ପ୍ରଜା। ପ୍ଲାଣ୍ଟ ନିର୍ମାଣ ହେଲେ ସେଠିକାର ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳିବ ଏବଂ ଅଞ୍ଚଳରୁ ବେକାରୀ ଦୁର ହେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ନଜର କରି ସ୍ଥାନୀୟ ଅଧିବାସୀ ନିଜ ଜମିକୁ କମ୍ପାନୀକୁ ଗୁଣ୍ଠ ପ୍ରତି ଚାରି ହଜାର ଟଙ୍କାରେ ବିକ୍ରୟ କରିଥିଲେ l ହେଲେ ଦିର୍ଘ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି କାର୍ଯ୍ୟ ନକରାଯାଇ କିଣିଥିବା ଜମିକୁ ଏବେ ବିକି ଦେବା ଫଳରେ ଜମିହରା ପ୍ରଜାଙ୍କ ମଧ୍ୟରେ ପ୍ଲାଣ୍ଟ ଖୋଲିବା ଏକ ପ୍ରକାରର ଆଶା ମଉଳି ଯାଇଛି। କିନ୍ତୁ ଏବେ କମ୍ପାନୀ ନଖୋଲିବା କାରଣରୁ ଜମି ଫେରାଇ ଦେବାପାଇଁ ଜମିହରା ପ୍ରଜାମାନେ ଦାବିକରୁଛନ୍ତି। କମ୍ପାନୀ ଜମି ଗୁଡିକ ଖଣ୍ଡ ଖଣ୍ଡ କରି ଅନ୍ୟତ୍ର ବିକ୍ରି କରିଦେଉଛି। ତେଣୁ ଏହାକୁ ବିରୋଧ କରି ଆଜି ଜମି କିଣିଥିବା ଲୋକ ପୁଲିସ ଓ ଆରଆଇ ଜରିଆରେ ଜମି ଚିହ୍ନଟ କରୁଥିବାବେଳେ ଗ୍ରାମବାସୀ ପହଞ୍ଚି ଏହାକୁ ବିରୋଧ କରିଛନ୍ତି। ତେଣୁ ତୁରନ୍ତ ସେମାନଙ୍କ ଜମି କମ୍ପାନୀ ଫେରାଇବାକୁ ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories