www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ମୃତ

ଧାମରା: ଧାମରା ନିକଟସ୍ଥ୍ର ଶଶିକାଦେଇପୁର ବିଦ୍ୟାଳୟ ଠାରେ ଜଣେ ବାଇକ ଆରୋହୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଦୋସିଙ୍ଗା ପଞ୍ଚାୟତ ଅଧିନସ୍ଥ ସାବିତ୍ରୀ ସରାଇ ଗ୍ରାମର କାଳନ୍ଦୀ ପରିଡା(୫୦) ନିଜ ବାଇକ ଯୋଗେ ବାସୁଦେବପୁରରୁ ଧାମରା ଫେରୁଥିଲେ। ଶଶିକାଦେଇପୁର ବିଦ୍ୟାଳୟ ଠାରେ ଥିବା ଏକ ଲୁହା ବୋର୍ଡ(ଷ୍ଟପ ବୋର୍ଡ)କୁ କାଳନ୍ଦୀ ଧକ୍କା ଦେଇ ତଳେ ପଡିଯାଇଥିଲେ।କାଳନ୍ଦୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପ୍ରଥମେ କାଳନ୍ଦୀକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁ୍ର ହେବାରୁ କଟକ ବଡ ମେଡିକାଲକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories