www.samajalive.in
Saturday, December 6, 2025
19.1 C
Bhubaneswar

ପଞ୍ଚୁଟିକ୍ରି ପଞ୍ଚାୟତରେ ‘ମୋ ଦେଶ ମା ମାଟି’ କାର୍ଯ୍ୟକ୍ରମ

ଧାମରା: ଧାମରା ନିକଟସ୍ଥ ପଞ୍ଚୁଟିକ୍ରି ପଞ୍ଚାୟତରେ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମା ଧାମରାଇ ମଣ୍ଡଳର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚୁଟିକ୍ରି ପଞ୍ଚାୟତର ସମସ୍ତ ଘରକୁ ଘର ବୁଲି ମାଟି ସଂଗ୍ରହ କରିଥିଲେ। ଏହି ମାଟି ସଂଗ୍ରହ ସମୟରେ ଜାତିବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତ ମହିଳାମାନେ ନିଜ ତୁଳସି ଚଉରା ମୂଳରୁ ମାଟି ଆଣି ଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପିର ଭଦ୍ରକ ଜିଲା ଉପସଭାପତି କମଳାକାନ୍ତ ସୂତାର, ମା ଧାମରାଇ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ନିତ୍ୟାନନ୍ଦ ବାରିକ, ସନାତନ ନାୟକ, ସଞ୍ଜୟ କୁମାର ରାଉତ, ସୁଶାନ୍ତ ବାରିକ ,ଅଭୟ ବାରିକ, ଚଗୁଲୁ ସେଠୀ, ଗଣେଶ ମହାଳିକ, ସୁବାଶ ମହାଳିକ, ଶଶିକାନ୍ତ ମହାଳିକ, ନରେନ୍ଦ୍ର ମହାଳିକ, ନିତ୍ୟାନନ୍ଦ ସାହୁ, ଅନନ୍ତ ସାହୁ, ଗୌତମ ବଳ, ବିଜୟ ବେହେରା, ନନ୍ଦ କିଶୋର ସାହୁଙ୍କ ସହ ବହୁ ଯୁବ ବନ୍ଧୁମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories