ଶିଶୁକନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀକୁ ମୃତ୍ୟୁ ଦଣ୍ଡ
ସୁନ୍ଦରଗଡ଼: ଶିଶୁକନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ୨୦୧୬ରେ ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ। ଏକ ୪ ବର୍ଷୀୟ ଶିଶୁକନ୍ୟାକୁ ପ୍ରଥମେ ଅପହରଣ, ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀ ସଞ୍ଜୀବ କେରକେଟ୍ଟାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଅଦାଲତ।
Comments are closed.