ପୁଣି ଧର୍ମଘଟ ଡାକରା, ୨୦ରୁ ଗଡ଼ିବନି ବସ୍
ଭୁବନେଶ୍ୱର: ଘରୋଇ ବସ୍ ମାଲିକ ସଂଘ ବୁଧବାର ପୁଣି ଧର୍ମଘଟ ଡାକରା ଦେଇଛି। ଆସନ୍ତା ୨୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟ ନିଷ୍ପତ୍ତି ନିଆଯାଇଛି। ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଅକ୍ଟୋବର ୧୦ରୁ ସଂଘ ଧର୍ମଘଟ ଡାକରା ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା ପରେ ଏହାକୁ ସ୍ଥଗିତ ରଖିଥିଲା। ଏବେ ପୁଣି ଥରେ ସଂଘ ନିଷ୍ପତ୍ତି ବଦଳାଇ ସାରା ରାଜ୍ୟରେ ଧର୍ମଘଟ ଡାକରା ଦେଇଛି।
Comments are closed.