www.samajalive.in
Sunday, December 14, 2025
15.1 C
Bhubaneswar

ନବରାତ୍ର ବିଶେଷ : ଜାଣନ୍ତୁ ଏହି ଭୋଗର ମହତ୍ତ୍ୱ

ନବରାତ୍ରର ନଅ ଦିନରେ ମା’ଙ୍କ ବିଭିନ୍ନ ରୂପକୁ ପୂଜାର୍ଚ୍ଚନା କରାଯାଏ। ସେହି ପ୍ରକାରେ ଏହି ୯ ଦିନରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନୁସାରେ ପ୍ରସାଦ ଅର୍ପଣ କରାଯାଏ। ଏହାଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ। ଜାଣନ୍ତୁ ..

ନବରାତ୍ରର ପ୍ରଥମ ଦିନ ଅର୍ଥାତ ମା’ଶୈଳପୁତ୍ରୀଙ୍କ ଦିନ। ଏହିଦିନ ଦେବୀ ମା’ଙ୍କ ଚରଣରେ ଗାଈର ଶୁଦ୍ଧ ଘିଅ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆରୋଗ୍ୟର ଆଶୀର୍ବାଦ ମିଳିଥାଏ। ବିଭିନ୍ନ ସମସ୍ୟା ଦୂର ହୋଇ ଶରୀର ନିରୋଗ ରହିଥାଏ।

- Advertisement -

ନବରାତ୍ରର ୨ୟ ଦିନରେ ମା’ବ୍ରହ୍ମଚାରିଣୀଙ୍କର। ଏହିଦିନ ଦେବୀମା’ଙ୍କୁ ଚିନି ଭୋଗ ଅର୍ପଣ କରନ୍ତୁ। ଏହାପରେ ଏହି ଭୋଗକୁ ପରିବାର ଲୋକଙ୍କୁ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ପରିବାର ଲୋକଙ୍କ ଆୟୁ ବୃଦ୍ଧି ହୋଇଥାଏ।

ନବରାତ୍ରର ୩ୟ ଦିନ। ମା’ ଦୁର୍ଗାଙ୍କର ସ୍ୱରୂପ ମା’ଚନ୍ଦ୍ରଘଣ୍ଟାଙ୍କର ବିଶେଷ ପୂଜାର୍ଚ୍ଚନା ଓ ଆରାଧନା କରାଯାଇଥାଏ। ମା’ଙ୍କ ଆଉ ଏକ ରୂପ ଚନ୍ଦ୍ରଘଣ୍ଟା। ଏହି ରୂପର ପୂଜାର୍ଚ୍ଚନା ଦ୍ୱାରା ଖିର କିମ୍ବା ଖିରରେ ପ୍ରସ୍ତୁତ ମିଠା ଭୋଗ ଅର୍ପଣ କରାଯାଏ। ଏହାଦ୍ୱାରା ବିଭିନ୍ନ ଦୁଃଖରୁ ମୁକ୍ତି ମିଳିଥାଏ।

ନବରାତ୍ରର ୪ର୍ଥ ଦିନ ମା’କୁଷ୍ମାଣ୍ଡାଙ୍କ ପୂଜା-ଆରାଧନା କରାଯାଏ। ମା’ଙ୍କ ନିକଟରେ ମାଲପୁଆ ଭୋଗ ଅର୍ପଣ କରାଯାଏ। ଏହି ଭୋଗକୁ ମନ୍ଦିରର ବ୍ରାହ୍ମଣକୁ ଦାନ ଦେବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।

ନବରାତ୍ରର ପଞ୍ଚମ ଦିନରେ ମା’ସ୍କନ୍ଦମାତାଙ୍କର। ଏହିଦିନ ମା’ଙ୍କୁ କଦଳୀର ନୈବେଦ୍ୟ ଅର୍ପଣ କରାଯାଏ। ଏହାଦ୍ୱାରା ଶରୀର ନିରୋଗ ରହିଥାଏ।

ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ରର ଷଷ୍ଠ ଦିନରେ ଦେବୀ ମା’ଙ୍କୁ ମହୁ ଭୋଗ ଅର୍ପଣ କରନ୍ତୁ। ଏହାଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କର ପୂଜା-ଆରାଧନା କରାଯାଇଥାଏ। ନବରାତ୍ରର ସପ୍ତମ ଦିନରେ ମା’ଙ୍କୁ ଗୁଡ଼ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ।  ବହୁ ସଙ୍କଟରୁ ରକ୍ଷା ମିଳେ।

ନବରାତ୍ରର ଅଷ୍ଟମ ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା’ମହାଗୌରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ନବରାତ୍ରର ଅଷ୍ଟମ ଦିନରେ ମା’ଙ୍କ ନିକଟରେ ନଡ଼ିଆ ଭୋଗ ଅର୍ପଣ କରନ୍ତୁ। ଏହାକୁ ଦାନ ମଧ୍ୟ କରନ୍ତୁ। ଏହା ଦ୍ୱାରା ସନ୍ତାନ ଜନିତ ସୁଖପ୍ରାପ୍ତି ହୋଇଥାଏ। ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ସହ ଖିରୀ, ହାଲୱା, ମିଠା ଆଦି ଭୋଗ କରନ୍ତୁ।

ନବରାତ୍ରର ନବମ ଦିନରେ ମା’ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଇଥାଏ। ଏହି ଦିନରେ ରାଶି ଲଡ଼ୁ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories