www.samajalive.in
Wednesday, December 10, 2025
14.1 C
Bhubaneswar

ନୁତନ ପାଠ୍ୟକ୍ରମକୁ ବିରୋଧ, ଧାରଣାରେ ବସିଲେ ଶତାଧିକ ଛାତ୍ରଛାତ୍ରୀ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ପିଜି ବିଭାଗରେ ଚାରୋଟି ନୂତନ ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯାଇ ଥିବାରୁ ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏହି ନୂତନ ପାଠ୍ୟକ୍ରମ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ନ ଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାହିଁକି ଏହି ବିଷୟକୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଗଲା ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିବା ସହିତ ଏହାକୁ ପାଠ୍ୟକ୍ରମକୁ ବାଦ ଦେବାକୁ ଦାବି କରିଥିଲେ। ଏହାକୁ ନେଇ ସମସ୍ତ ବିଭାଗର ପିଜି ଛାତ୍ରଛାତ୍ରୀ ମାନେ ଶତାଧିକ ସଂଖ୍ୟାରେ ଏକତ୍ରିତ ହୋଇ ପୁରୁଣା ପ୍ରଶାସନିକ କୋଠା ସମ୍ମୁଖରେ ଧାରଣାରେ ବସିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ ଏବଂ ପିଜି କାଉନ୍‌‌ସିଲ୍‌‌ ଅଧ୍ୟକ୍ଷାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଆସି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନରୁ ଓହରି ଯାଇଥିଲେ। ତେବେ ଏହି ଚାରୋଟି ବିଷୟ ହେଉଛି ମୁକ୍‌‌, ଆଇଡିସି, ଇଏସ୍‌‌ଡିଏମ୍‌‌ ଏବଂ ଇଡି ବୋଲି ସୁଚନା ହସ୍ତଗତ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories