www.samajalive.in
Friday, December 5, 2025
26.1 C
Bhubaneswar

୨୫%କମିଲା ଅଶୋଧିତ ତୈଳ: ଲାଭ ଖାଇଯାଉଛି ତେଲ କମ୍ପାନୀ

ନୂଆଦିଲ୍ଲୀ: ବିଗତ ଏକ ମାସ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲଗାତର ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଅନ୍ତରାଷ୍ଟ୍ରୀୟସ୍ତରରେ ଅଶୋଧିତ ତୈଳର ମୂଲ୍ୟ ଏକ ମାସରୁ ଅଧିକ ସମୟ ଧରି କମୁ ଥିବା ଲକ୍ଷ୍ୟ କରାଯାଉଛି। ଏହା ସାଧାରଣ ନାଗରିକ ସମେତ ଗାଡ଼ି ମାଲିକଙ୍କୁ ସାମାନ୍ୟ ଆସ୍ୱସ୍ତ କରିଛି।
ତେଲ ବିକ୍ରି କରୁଥିବା କମ୍ପାନୀ ସୋମବାର ଦିଲ୍ଲୀ, କଲକାତା ଓ ମୁମ୍ବଇରେ ମୂଲ୍ୟକୁ ୩୫ପଇସା ପ୍ରତି ଲିଟର କମ୍‍ କରିଥିବାବେଳେ ଚେନ୍ନଇରେ ୩୭ପଇସା କମ୍‍ ହୋଇଛି।
୩ଅକ୍ଟୋବର ପରଠାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ୩୦ ପ୍ରତିଶତରୁ କମ୍‍ ହ୍ରାସ ହୋଇଥିବାବେଳେ ଆମେରିକାର ଅଶୋଧିତ ତୈଳ ମଧ୍ୟ ଡବ୍ଲୁଟିଆଇ ୩୩ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ମୂଲ୍ୟକୁ ନେଇ ଗବେଷଣା କରୁଥିବା ବ୍ୟକ୍ତି ବିଶେଷଙ୍କ ଅନୁଯାୟୀ ଏବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ନାହିଁ କରିଲେ ଚଳିବ। ଏଭଳି ପରିସ୍ଥିତିରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୩୦ରୁ ୩୩ ପ୍ରତିଶତ କମ୍‍ ହୋଇଥିବାବେଳେ ଭାରତରେ ତେଲ ମୂଲ୍ୟ କେବଳ ୭ରୁ ୧୦ ପ୍ରତିଶତ ଶସ୍ତା ହୋଇଥିବା ପରିଲକ୍ଷୀତ ହେଉଛି। ୩ ଅକ୍ଟୋବରରେ ଅଶୋଧିତ ତୈଳର ମୂଲ୍ୟ ୮୭ଡଲାର ବ୍ୟାରେଲ ପିଛା ଥିବାବେଳେ ବିଗତ ସପ୍ତାହରେ ଏହାର ମୂଲ୍ୟ ହ୍ରାସ ପାଇଁ ୬୦ଡଲାରରେ ପହଞ୍ôଚଛି। ଇରାନଠାରୁ କିଛି ଦେଶ ତେଲ କ୍ରୟ କରିବାର ପ୍ରତିବନ୍ଧକ ଉଠାଇ ନେବା ପରେ ସାଉଦି ଆରବରେ ତେଲ ଉତ୍ପାଦନକୁ ବଢାଇ ଦିଆଯାଇଛି। ଏଭଳି ପରିସ୍ଥିତିରେ ବିଶ୍ୱସ୍ତରରେ ତେଲର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସିଙ୍ଗାପୁରରେ ଅଶୋଧିତ ତୈଳର ମୂଲ୍ୟ ୨୫ରୁ ୨୬ ପ୍ରତିଶତ ହ୍ରାସ ଘଟିଛି। ଦେଶରେ ପେଟ୍ରୋଲ ଓ ଡିଜେଲର ବଜାର ମୂଲ୍ୟ ନିର୍ଦ୍ଧାରଣ ୧୫ଦିନର ଅନ୍ତରାଷ୍ଟ୍ରୀୟ ବଜାରର ମୂଲ୍ୟକୁ ଦୃଷ୍ଟିରେ ରଖି କରାଯାଇ ଥାଏ। ଏହି ମୂଲ୍ୟ ସହିତ ତୈଳ କମ୍ପାନୀ ସରକାରଙ୍କ ବିଭିନ୍ନ ଟିକସ ଓ ବିଦେଶୀ ମୁଦ୍ରା ବିନିମୟ କମିଶନକୁ ଭିତ୍ତି କରି ଭାରତରେ ବଜାର ମୂଲ୍ୟ ସ୍ଥିର କରାଯାଏ। ଭାରତରେ ତେଲ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ବର୍ଦ୍ଧିତ ଅଶୋଧିତ ତୈଳ ସହ ତାଳ ଦେଇ ବଜାର ମୂଲ୍ୟକୁ ବୃଦ୍ଧି କରୁଥିଲେ ମଧ୍ୟ ଅଶୋଧିତ ତୈଳର ମୂଲ୍ୟ କମ୍‍ ହେଲେ ବଜାର ମୂଲ୍ୟକୁ ଅପରିବର୍ତ୍ତିତ ରଖି ସେମାନଙ୍କ ଲାଭର ପରିମାଣକୁ ବୃଦ୍ଧି କରିଥାନ୍ତି। ଏହି ପ୍ରକ୍ରିୟାରେ ଏବେ ଭାରତରେ ବଜାର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାର ମୂଲ୍ୟଠାରୁ ଅଧିକ ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories