ଧାମନଗର : ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କନିଷ୍ଠ କିରାଣୀ ନିରଞ୍ଜନ ପରିଡ଼ାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁଯାୟୀ ସେହି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଅନନ୍ତ ଚରଣ ମୁଣ୍ଡାଙ୍କ ପୁରୁଣା ଏରିୟର ବିଲ ପାସ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଗିରଫ ହୋଇଛନ୍ତି। କିରାଣୀ ନିରଞ୍ଜନ ପରିଡ଼ା ବିଲ ପାସ କରାଇବା ପାଇଁ ବାରମ୍ବାର ଅନନ୍ତ ଚରଣ ମୁଣ୍ଡାଙ୍କୁ ଫେରାଇବା ସହ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅନନ୍ତ ଚରଣ ନିରାଶ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ବାଲେଶ୍ୱର ଭିଜିଲାନ୍ସ ବିଭାଗ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚଢଉ କରି ଅଭିଯୁକ୍ତ କିରାଣୀଙ୍କୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି।
Popular Categories



