www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଦର୍ଶନୀ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଓଡ଼ିଶା ଆର୍ଦଶ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇଇଟି ରାୟଗଡ଼ା ଅଧ୍ୟକ୍ଷ ଶୈଳରାଜୁ, ସମ୍ମାନିତ ଅତିଥି ଭାବେ ବିଆଇଇଟି ଅଧ୍ୟକ୍ଷ ମନୋଜ କୁମାର ଗମାଙ୍ଗ, ଡିଆଇଇଟି ଶିକ୍ଷକ ପ୍ରଶିକ୍ଷିତା ଶ୍ରାବଣୀ ଜାନି, ବିଆଇଇଟି ଶିକ୍ଷକ ପ୍ରଶିକ୍ଷିତା ସସ୍ମିତା ପ୍ରଧାନ, ନଳିନୀ, ବିଆରସି ଆରତୀ ମହାପାତ୍ର, ଏବିଇଓ ଦାମୋଦର ହିମିରିକା, ସୂର୍ଯ୍ୟ ନାରାୟଣ ପ୍ରାଣିଗ୍ରାହୀ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ରାମନାଗୁଡା ପଞ୍ଚାୟତ ସମିତି ଅଧିନରେ ଥିବା ୧୧ଗୋଟି କ୍ଲଷ୍ଟରର ୧୧ଜଣ ଶିକ୍ଷକଙ୍କ ନିମନ୍ତେ ଷ୍ଟଲ କରାଯାଇଥିଲା। ସମୁଦାୟ ୧୧ଗୋଟି ପଞ୍ଚାୟତରେ ୧୧ଶିକ୍ଷକ ତାଙ୍କ ପ୍ରଦର୍ଶନୀ ଉପସ୍ଥାପନ କରିଥିଲେ। ତେବେ ୧୧ଟି କ୍ଲଷ୍ଟରରୁ ୧୧ଜଣ ପିଲା ନିଜ ନିଜର ପ୍ରଦର୍ଶନୀ ଉପସ୍ଥାପନ କରିଥିଲେ। ଏଥିରେ ବିଚାରକ ଭାବେ ଶୈଳରାଜୁ, ମନୋଜ ଗମାଙ୍ଗ, ଶ୍ରାବଣୀ ଯାନି, ସସ୍ମିତା ପ୍ରଧାନ, ଆରତୀ ମହାପାତ୍ର, ନଳିନୀ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ୩ଗୋଟି ବିଭାଗରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନରେ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଆଶୁତୋଷ ପାତ୍ର, ଅଶ୍ବିନୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ ଭୈରବ ରଥ, ତାଉଡୁ ମାଣ୍ଡାଙ୍ଗି ତ୍ରିପାଠୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଆର୍ଦଶ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ। ବିଆରସି ଦାମୋଦର ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories