www.samajalive.in
Sunday, December 7, 2025
23.1 C
Bhubaneswar

ଯାନବାହାନ ଯାଞ୍ଚ; ୫୨ ଜଣଙ୍କଠାରୁ ୨ଲକ୍ଷ ୫୯ହଜାର ଟଙ୍କା ଜରିମାନା ଆଦାୟ

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଚିତ। ତେଣୁ ମଙ୍ଗଳବାର କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ସହନଶିଳତା ଦିବସ ପାଳନ ନେଇ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ନିକଟରେ ଯାନବାହାନ ଯାଞ୍ଚ କରାଯାଇଥିଲା। ଏଥିରେ ପରିବହନ ନିୟମ ଉଲ୍ଲଂଘନ କରି ଗାଡି ଚାଳନା କରୁଥିବା ୫୨ ଜଣଙ୍କଠାରୁ ସର୍ବମୋଟ ୨ଲକ୍ଷ ୫୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ ବାଇକ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ଏବଂ କାର ଚାଳକଙ୍କ ପାଇଁ ସିଟ୍ ବେଲ୍ଟ ପରିଧାନ ପାଇଁ ନିବେଦନ କରାଯାଇଥିଲା। ଏପରିକି ମଦ୍ୟପାନ ଯୋଗୁଁ ରୀତିମତ ଦୁର୍ଘଟଣା ଘଟୁଥିବାରୁ ଏନେଇ ଚାଳକଙ୍କୁ ସଚେତନ କରାଯାଇଥିଲା। ଏମ.ଭି.ଆଇ ରାମକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯାଇଥିଲା। ବିଭାଗୀୟ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ବିନା ହେଲମେଟରେ ବାଇକ ଚଳାଉଥିବା ୨୧ ଜଣଙ୍କ ସମେତ ଇନ୍ସୁରାନ୍ସ ନଥିବା ୧୨ ଗୋଟି ଗାଡିର ଚାଳକ, ଲାଇସେନ୍ସ ନଥାଇ ଗାଡି ଚଳାଉଥିବା ୧୪ ଜଣ, ମଦ୍ୟପାନ କରି ଗାଡି ଚାଳନା କରୁଥିବା ୩ ଜଣ ଏବଂ ଅନ୍ୟ ପରିବହନ ନିୟମ ଉଲ୍ଲଂଘନ କରିଥିବା ୨ଜଣଙ୍କ ସହ ସର୍ବମୋଟ ୫୨ ଜଣଙ୍କଠାରୁ ୨ ଲକ୍ଷ ୫୯ ହଜାର ଟଙ୍କାର ଚାଳାଣ କଟାଯାଇ ଜରିମାନା ଆଦାୟ କରାଯାଇଛି। ଏହି ଯାନ ବାହାନ ଯାଞ୍ଚ ନେଇ ଖବର ପ୍ରଚାରିତ ହେବା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଲୋକ ଅଟକି ରହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories