www.samajalive.in
Sunday, December 14, 2025
26.1 C
Bhubaneswar

ଦଶତୁଠରେ ଗାଧୋଇବା ବେଳେ ୨ମୃତ

ଜଗତସିଂହପୁର: ଦଶତୁଠରେ ଗାଧୋଇବା ବେଳେ ନଦୀ​‌ରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲା ବିରିଡି ବ୍ଲକର ବାରେଡିଆଠାରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକମାନେ ହେଲେ ବଳରାମ ପାଲଙ୍କ ପୁଅ ରିଙ୍କୁ ପାଲ(୩୨) ଓ ପ୍ରଶାନ୍ତ ପାଲଙ୍କ ପୁଅ ସ୍ବଦେଶ ପାଲ(୨୪)। ଦଶତୁଠ କର୍ମ ସାରି ଦେବୀ ନଦୀରେ ଗା​‌ଧୋଇବା ବେଳେ ମୋଟ୍‌ ୭ ଜଣ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜଗତସିଂହପୁର ଜିଲା ବିରିଡି ବ୍ଲକର ବାରେଡିଆଠାରେ ଜଣେ ଯବାନ ସତ୍ୟରଞ୍ଜନ ପାଲଙ୍କର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ତାଙ୍କର ଦଶାହ କର୍ମ ଥିଲା। ଏଥିପାଇଁ ତାଙ୍କ ଜ୍ଞାତି, କୁଟୁମ୍ବମାନେ ଗାଁ ନିକଟରେ ଥିବା ଦେବୀ ନଦୀକୁ ଦଶାହ ତୁଠ କାମ କାରିବାକୁ ଯାଇଥିଲେ। ଦଶାହ କର୍ମ ପରେ ନଦୀରେ ଗାଧୋଇବା ବିଧି ଥିବା ଯୋଗୁ ସମସ୍ତେ ନଦୀକୁ ଯାଇଥିଲେ। ଏହି ସମୟରେ ପ୍ରଥମେ ଜଣେ ନଦୀରେ ବୁଡ଼ି ଯାଇଥିଲେ। ପରେ ଉଦ୍ଧାର କରିବାକୁ ଅନ୍ୟମାନେ ପାଣିରେ ପଶିବାରୁ ମୋଟ ୭ଜଣ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ଜଣ ପହଁରି କରି କୂଳକୁ ଚାଲି ଆସିଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ନିଖୋଜ ୩ ଜଣଙ୍କ ମଧ୍ୟରୁ ଜଗନ୍ ପାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୨ଜଣ ରିଙ୍କୁ ପାଲ ଓ ସ୍ବଦେଶ ପାଲଙ୍କ ମୃତ୍ୟୁ ଘଟିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories