www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର; ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର: ରାୟଗଡ଼ା ଜିଲ୍ଲାର ପଦ୍ମପୁର ସହର ବସ୍‌ଷ୍ଟାଣ୍ଡଠାରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଠାରେ ଦୀର୍ଘ ବର୍ଷ ହେବ ସାର୍ବଜନୀନ ଦୁର୍ଗାପୂଜା ରୀତିନୀତି ଅନୁସାରେ ପାଳନ ହୋଇଆସୁଛି। ଯୁଗ ବଦଳିବା ସହିତ ସମୟକୁ ତାଳ ଦେଇ ପୂଜା ମଣ୍ଡପ ସଜାଇ ହୋଇ ଆସୁଛି । ଏଠାରେ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ସୁଦୂର ନୟାଗଡ଼ର କାରୀଗରମାନେ ଆସି ତୋରଣ ତିଆରି କାମରେ ଲାଗି ପଡିଛନ୍ତି। ସ୍ଥାନୀୟ ଅଞ୍ଚଳର ମୂର୍ତ୍ତି କାରିଗର ତାଙ୍କ ସହଯୋଗୀମାନଙ୍କ ସହିତ ମୂର୍ତ୍ତିମାନଙ୍କୁ ଜୀବନ୍ତ ରୂପ ଦେବା କାମରେ ନିୟୋଜିତ ଅଛନ୍ତି। ଷଷ୍ଠୀ ଦିନରୁ ବିଲ୍ବ ବରଣ କରି ପୂଜା ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ଶାକ୍ତ ବିଧି ପରମ୍ପରା ମତେ ପୂଜା ଆରାଧନା କରାଯାଇ ପ୍ରତ୍ୟେକ ଦିନ ସମସ୍ତ ଭକ୍ତମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ଭୋଗର ବ୍ୟବସ୍ଥା କରାଯାଇଛି। ଏହି ପୂଜା ପଦ୍ମପୁର ସହରରେ ୭ ଦିନବ୍ୟାପୀ ମହାଆଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ସୁନ୍ଦର ତୋରଣ, ଆଲୋକ ସଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ବାଣିଜ୍ୟ ସମ୍ପନ୍ନ ସହର ପଦ୍ମପୁରରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପଟେ ପଦ୍ମପୁର ଅଞ୍ଚଳର ସମସ୍ତ ଶକ୍ତି ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇ ଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ସାଙ୍ଗକୁ ବାଦ୍ୟବାଜଣା, ପୂଜକଙ୍କ ମନ୍ତ୍ରଧ୍ୱନିରେ ଶକ୍ତିପୀଠ ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସାରା ପଦ୍ମପୁର ଅଞ୍ଚଳ ବର୍ତ୍ତମାନ ଚଳଚଞ୍ଚଳ ହୋଇଉଠିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories