www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ : କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ। ହବିଷ୍ୟାଳିିଙ୍କ ସମେତ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇ ପାରିବେ। ସୋମବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ତାହାକୁ ଦୃଷ୍ଟିରେ ରଖି ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ମାସ ୨୫ରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ।

- Advertisement -

ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି କାର୍ତ୍ତିକ ବ୍ରତ ପାଳନ କରିବେ। ପଞ୍ଚୁକ ପାଞ୍ଚଦିନ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବ। ତେଣୁ ଭୋର୍‌ ୪ଟାରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ସକାଳ ୫ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆଳତି କରାଯିବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶ କରାଯିବ। ସକାଳ ୮ଟାରେ ଗୋପାଳ ବଲ୍ଲଭ ଭୋଗ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳଧୂପ (କେବଳ କୋଠଭୋଗ), ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଭୋଗ ଏବଂ ଦିନ ୧୨ଟା ସୁଦ୍ଧା ଭୋଗ ମଣ୍ଡପ ଶେଷ ହେବ। ସେହିପରି ଦିନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ, ଦିନ ୧ଟା ୧୦ରୁ ୨ଟା ୩୦ ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ଏବଂ ଦିନ ୨ଟାରେ ଦକ୍ଷିଣିଘର ଭୋଗ କରାଯାଇ ମହାପ୍ରଭୁଙ୍କୁ ବେଶ କରାଯିବ। ଅପରାହ୍ଣ ୩ଟା ୩୦ରେ ଶ୍ରୀଜୀଉଙ୍କୁ ଦିବା ପହୁଡ଼ କରାଯାଇ ଅପରାହ୍ଣ ୫ଟା ୩୦ରେ ଦ୍ୱାର ଫିଟାଯିବ। ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି, ୬ଟା ୫ରୁ ୬ଟା ୫୦ ମଧ୍ୟରେ ମଇଲମ ଓ ବେଶ, ରାତି ୭ଟା ୨୦ରୁ ୯ଟା ମଧ୍ୟରେ ସନ୍ଧ୍ୟାଧୂପ, ରାତି ୧୦ଟାରେ ଚନ୍ଦନଲାଗି, ରାତି ୧୧ଟାରେ ବଡ଼ସିଂହାର ବେଶ, ରାତି ୧୧ଟା ୩୦ରେ ବଡ଼ସିଂହାର ଭୋଗ ଏବଂ ରାତି ୧୨ଟାରେ ମହାପ୍ରଭୁଙ୍କୁ ପହୁଡ଼ କରାଯିବ। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନାଟମଣ୍ଡପ ଓ ଜଗମୋହନରେ ଗହଳି ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ। ସେଠାରେ ଛିଡ଼ାହୋଇ ରହିବା ପାଇଁ କାହାରିକୁ ସୁଯୋଗ ଦିଆଯିବ ନାହିଁ। ମହାପ୍ରସାଦ ପ୍ରସ୍ତୁତି ସମୟରେ ରୋଷଶାଳା ଦର୍ଶନ ଉପରେ କଟକଣା ଜାରି କରାଯିବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ କେତେକ ସ୍ୱତନ୍ତ୍ର ବେଶ ଥିବାରୁ ବେଶ ସାମଗ୍ରୀ ନେବା ଆଣିବା ସମୟରେ ଦର୍ଶନ କଟକଣା ଜାରି କରାଯିବ ବୋଲି ସେ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories