www.samajalive.in
Sunday, December 7, 2025
16.1 C
Bhubaneswar

ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ଧର୍ମଶାଳା : କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦଳର ମୁକାବିଲା ନେଦରଲ୍ୟାଣ୍ଡ୍‌‌ସ ସହ ହେବ। ଧର୍ମଶାଳାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ଦଳ ବିଜୟୀ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ୨ଟି ମ୍ୟାଚ୍‌‌ ଖେଳି ଉଭୟ ମ୍ୟାଚ୍‌‌ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ୍‌‌ସ ଦଳ ନିଜର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌‌ ହାରିଛି।
ଦକ୍ଷିଣ ଆଫ୍ରିକା ଦଳ ବେଶ୍‌‌ ଶକ୍ତିଶାଳୀ। ଏହି ଦଳ ପ୍ରଥମ ମ୍ୟାଚ୍‌‌ରେ ଶ୍ରୀଲଙ୍କାକୁ ୧୦୨ ରନ୍‌‌ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆକୁ ୧୩୪ ରନ୍‌‌ରେ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ୍‌‌ସ ଦଳ ନିଜର ପ୍ରଥମ ମ୍ୟାଚ୍‌‌ ପାକିସ୍ତାନ ନିକଟରୁ ୮୧ରନ୍‌‌ରେ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌‌ରେ ନ୍ୟୁଜିଲାଣ୍ଡ ଠାରୁ ୯୯ ରନ୍‌‌ରେ ପରାସ୍ତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷିଣ ଆଫ୍ରିକା ଦଳ ବେଶ୍‌‌ ଶକ୍ତିଶାଳୀ ଥିବାରୁ ଦଳ ସହଜରେ ନେଦରଲ୍ୟାଣ୍ଡ୍‌‌ସକୁ ହରାଇବ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକା ଦଳରେ ଥିବା ବ୍ୟାଟସମ୍ୟାନ୍‌‌ କ୍ୱିଣ୍ଟନ ଡି କକ୍‌‌, ଡୁସେନ, ମାର୍କରାମ ଓ କ୍ଲାସେନ ପ୍ରମୁଖ ଚମତ୍କାର ଫର୍ମରେ ଅଛନ୍ତି। ଡିକକ୍‌‌, ଡୁସେନ ଓ ମାର୍କରାମ ପୂର୍ବ ମ୍ୟାଚ୍‌‌ରେ ଶତକ ହାସଲ କରିଥିବାରୁ ନେଦରଲ୍ୟାଣ୍ଡ୍‌‌ସ ବିପକ୍ଷ ମ୍ୟାଚ୍‌‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ବୋଲିଂକୁ ଦୃଷ୍ଟି ଦେଲେ ଲୁଙ୍ଗି ଏନ୍‌‌ଗିଡି, ରାବାଡ଼ା, ଜାନସେନ୍‌‌ ଓ କେଶବ ମହାରାଜ ପ୍ରମୁଖ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେମାନଙ୍କୁ ମୁକାବିଲା କରିବା ନେଦରଲ୍ୟାଣ୍ଡ୍‌‌ସ ବ୍ୟାଟସମ୍ୟାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆହ୍ୱାନ। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ୍‌‌ସ ଦଳର ବ୍ୟାଟସମ୍ୟାନ୍‌‌ କଲିନ୍‌‌ ଆର୍କରମ୍ୟାନ୍‌‌ ଓ ଅଧିନାୟକ ସ୍କଟ୍‌‌ ଏଡୱାର୍ଡ ଭଲ ଫର୍ମରେ ଅଛନ୍ତି। ଓପନର୍‌‌ ବିକ୍ରମଜିତ୍‌‌ ସିଂହ ଓ ମାର୍କ ଓ’ଡାଉଡ୍‌‌ଙ୍କ ଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି। ବୋଲିଂରେ ଆର୍ଯ୍ୟନ ଭଟ୍ଟ, ମେକରେନ୍‌‌ ଓ ମୋରୱେ ଅଛନ୍ତି। ସେମାନେ ଭଲ ପ୍ରଦର୍ଶନ କଲେ ମ୍ୟାଚ୍‌‌ ସଂଘର୍ଷପୂର୍ଣ୍ଣ ହେବା ସମ୍ଭାବନା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌‌ ଜିତିବ ବୋଲି ଆଶା କରାଯାଉଥିବା ବେଳେ ବିଜୟୀ ହେବା ପାଇଁ ନେଦରଲ୍ୟାଣ୍ଡ୍‌‌ସ ଖେଳାଳିଙ୍କୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories