www.samajalive.in
Saturday, December 6, 2025
26.1 C
Bhubaneswar

ଗାଈ ଗୋଠରୁ ହରିଣ ଶାବକ ଉଦ୍ଧାର

ହରଭଙ୍ଗା :ବୌଦ୍ଧ ଜ଼ିଲ୍ଲା ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକ୍ସନ ଗଣ୍ଡା ପାଜୁ ଗ୍ରାମରୁ ଏକ ହରିଣ ଶାବକ ବନ ବିଭାଗ ଉଦ୍ଧାର କରିଥିବା ଜଣା ପଡିଛି । ସୂଚନା ଅନୁଯାଇ ଗଣ୍ଡ।ପାଜୁ ଗ୍ରାମର ଅବଧୂତ ଭୋଇ ( ୫୨ )ଜଙ୍ଗଲରେ ଗାଈ ଚରାଉଥିବା ସମୟରେ ଏକ ହରିଣ ଶାବକ ଗାଈ ଗୋଠକୁ ଦୌଡ଼ି ଆସିଥିଲା। ଗାଈ ଗୋଠରୁ କୁଆଡେ ନ ଯିବାରୁ ତାକୁ କାଳେ କୁକୁର ବିଲୁଆ ଖାଇଯିବ ଭାବି ଅବଧୂତ ହରିଣ ଶାବକକୁ ଧରି ନିଜ ଘରକୁ ଆଣି କ୍ଷୀର ଖାଇବାକୁ ଦେଇ ସାଇତି ରଖିଥିଲେ । ଏବଂ ପରେ ମାଧପୁର ବନାଞ୍ଚଳ ଅଧିକାରୀ ଆଶିଷ କୁମାର ଦିଗାଲଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ସୋମବାର ସକାଳୁ ମାଧପୁର ବନାଞ୍ଚଳର ଫରେଷ୍ଟର ସୁଶୀଲ କୁମାର ହୋତା, ଅଭିମନ୍ୟୁ ମହାନ୍ତି, ଦୀପକ କୁମାର ପ୍ରଧାନଙ୍କ ସମେତ ଟିମ ପହଂଚି ଶ୍ରୀ ଭୋଇଙ୍କ ଠାରୁ ହରିଣ ଶାବକ ଉଦ୍ଧାର କରି ଆଣିଥିବା ବେଳେ ଏ ବାବଦରେ ତଳଗାଁ ଫରେଷ୍ଟର ଅଭିମନ୍ୟୁ ମହାନ୍ତିଙ୍କୁ ପଚାରିବାରୁ ଶାବକଟି ବେଶ ସୁସ୍ଥ ଥିବାର ଜଣା ପଡୁଛି । ପ୍ରଥମେ ଶାବକଟିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଡ଼ିଏଫଓଙ୍କ ନିର୍ଦେଶ ଅନୁସାରେ ସୁରକ୍ଷିତ ଜଙ୍ଗଲ ସ୍ଥାନରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories