ମୋ ମାଟି ମୋ ଦେଶ କାର୍ଯକ୍ରମ
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ୧୨୭ ସି ଆରପିଏଫ ବାଟାଲିୟନ ବାଲିଗୁଡ଼ାର କମାଣ୍ଡାଣ୍ଟ ଆନନ୍ଦ ଝା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତ ଅଧିକାରି ଅକ୍ଷୟ କୁମାର ସେଠୀ, ବିଇ ଡି କଲେଜ ରପ୍ରଫେସର ମଧୁପା ସୁନା, ପଲ୍ଲୀ ଟେକନିକ କଲେଜ ଡ.ଦିଲ୍ଲୀପ କୁମାର ପାଣିଗ୍ରାହୀ, ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ, ବିଜୟା ନନ୍ଦ ସାହୁ, ଆରତୀ ବେହେରା, ସୁଦ୍ଧା ମଞ୍ଜରୀ ମଲ୍ଲିକ ସହାୟକ କମାନ୍ଦେନ୍ ସି ଆର ପି ଏଫ ବାଟାଲିୟନ ସୁବ୍ରତ ନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ୍ କୁମାର୍ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯକ୍ରମରେ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯକ୍ରମରେ ଏକ ପଦ ଯାତ୍ରା ସର୍କିଟ ହାଉସରୁ ବାହାରି ସହର ପରିଭ୍ରମଣ କରିଥଲା । ପଦ ଯାତ୍ରା ପରେ ପରେ ଏକ ବୈଠକ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ହେବାର ଉପଲକ୍ଷେ ଅନୁଷ୍ଠିତ ହୋଉଛି। ଏହି କାର୍ଯକ୍ରମ ରେ ସହିଦ ସୁନଶିର ମହାନ୍ତିଙ୍କ ପତ୍ନୀ ଏବଂ ଉମାକାନ୍ତ ଯାନିଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ ସଂଗ୍ରହ ହୋଇ ଥିବା ମାଟିକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲେ। ଏଥିରେ ସଂସ୍କୃତିକ କାର୍ଯକ୍ରମ କରାଯାଇଥିଲା। ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଧନ୍ୟ ବାଦ ଅର୍ପଣ କରିଥିବା ବେଳେ ସମସ୍ତ ସ୍ବେଚ୍ଛାସେବୀ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.