www.samajalive.in
Sunday, December 14, 2025
15.1 C
Bhubaneswar

ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ବିଭୂତି ସଂଗ୍ରହ

ସାକ୍ଷୀଗୋପାଳ : ଶ୍ରୀ  ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପ୍ରଥମ ପର୍ବ ଏବଂ ବିଭୂତି ସଂଗ୍ରହ ନୀତି ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ  ହୋଇଯାଇଛି ।  ଆଶ୍ୱିନ ମାସ ଶୁକ୍ଳ ପକ୍ଷ  ଦ୍ଵିତୀୟା  ତିଥିର ଅମୃତ  ବେଳାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପ୍ରଭୁ ବରାଳଙ୍କ ଚାରିଘରିଆ ସେବାୟତଙ୍କ ପକ୍ଷରୁ ବରିଷ୍ଠ ସେବକ ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କ ସହିତ   କାଳେସୀ  ଅଂଶ ସେବାୟତ ଓ ଠାକୁରଙ୍କ ସମସ୍ତ ସେବାୟତ, ବ୍ରାହ୍ମଣ ସେବାୟତ, କାହାଳିଆ, ଛତ୍ରୀଧାରୀ, ଜ୍ୟୋତିଷ, ବାଦ୍ୟକାର, ଶଙ୍ଖୁଆ,ମହୁରୀଆ, ଘଣ୍ଟୁଆ ଆଦି ସେବକ ବିଭୂତି ଦଣ୍ଡାକୁ ଯାଇ ବିଭୂତି ସଂଗ୍ରହ କରିଥିଲେ । ଏହି ନୀତିପାଇଁ  ସୋମବାର ୬ଟା  ଠାରୁ ୭ ଘଟିକା ମଧ୍ୟରେ ଗ୍ରାମର ପ୍ରତ୍ୟେକ ଘରୁ ଜଣେ ଲେଖାଏଁ  କରି ସମୁଦାୟ ୨୫୦ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ବର୍ଗର ସେବାୟତ ହାତରେ ଢାଳ, ମାଳ, ଫୁଲ ଚନ୍ଦନ, କର୍ପୂର, କେଶର, ବେଲପତ୍ର, ସମୀପତ୍ର, ଧରି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ପରେ ଠାକୁରଙ୍କ ଆଶୀର୍ବାଦ ସହ ମନ୍ଦିରରେ ପ୍ରତିଷ୍ଠିତ ଆଦିମାତା  ଦୁର୍ଗାଙ୍କ  ପ୍ରାଙ୍ଗଣରେ  ଉପସ୍ଥିତ ହୋଇ ମା’ ଙ୍କ ଠାରୁ ଆଜ୍ଞା ମାଳ କାଳେସି ଯୁଧିଷ୍ଠିର ମହାପାତ୍ର ଧରି ଅନ୍ୟ ସେବକଙ୍କ ସହ ବିଭୂତି ଦଣ୍ଡାକୁ ଯାତ୍ରା କରିଥିଲେ।  ବିଭୁତି ଦଣ୍ଡାରେ ଠାକୁରଙ୍କ ବଟ ବୃକ୍ଷକୁ ବରଣ କରିଥିଲେ। ହରିବୋଲ, ହୁଳହୁଳି, ବାଦ୍ୟ ଦ୍ୱାରା ଦଣ୍ଡାକୁ ପୂଜାର୍ଚ୍ଚନା କରି ବିଭୂତି ଖୋଳା ଆରମ୍ଭ କରାଯାଇଥିଲା। ଏହା ପରେ ଉକ୍ତ ବିଭୂତିକୁ ସେବାୟତ ମାନେ ମନ୍ଦିରକୁ ଆଣିଥିଲେ। ଏହି ବିଭୁତିକୁ ଧରି ମନ୍ଦିରକୁ ଆଣିବା ପରେ ମନ୍ଦିର ବେଢାରେ ଏହି ବିଭୂତିକୁ ସୁଖାଯାଇଥିଲା । ଏହି ବିଭୂତିକୁ ଦ୍ଵିତୀୟା ତିଥି ଠାରୁ ଆରମ୍ଭ କରି ଷଷ୍ଠୀ ତିଥି ପର୍ଯ୍ୟନ୍ତ ସୁଖାଯାଇ ସପ୍ତମୀ ତିଥିରେ ନିଜ ଘରକୁ ନେଇ ଢ଼ିଙ୍କିରେକୁଟି ସେଥିରେ ବିଭିନ୍ନ ସାମଗ୍ରୀ ମିଶ୍ରଣ କରି ସେବାୟତଙ୍କ ଠାକୁର ଘରେ ଚାରିପୂଜା ବସାଯିବ । ତାହା ନିକଟରେ ଦୈନନ୍ଦିନ  ଧୂପ ଦୀପ ଭୋଗ ଲଗାଯାଇ ଦଶମୀ ଦିନ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ଧୂପ ନୀତି ସରିଲାପରେ ପ୍ରଥମେ ଠାକୁରଙ୍କର ଶକ୍ତି ଉପରେ ଏହି ବିଭୂତିକୁ ସେବାୟତ ମନେ ଲାଗି କରାଇବା ସହିତ ବେଢାରେ ପ୍ରତିଷ୍ଠିତ ସମସ୍ତ ଦେବ ଦେବୀଙ୍କ ମସ୍ତକରେ ଲାଗି କରିବେ। ଏହା ପରେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ଦୋଳରେ ବସାଇ  ଗ୍ରାମ ପରିକ୍ରମା କରି ଗ୍ରାମର ବେଦୀରେ ଦୋଳ ସହ ବସାଇ ଠାକୁରଙ୍କ ଧୂପ ନୀତି  ସମ୍ପାଦନ କରାଯାଇ ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆସିଲା ବେଳେ ଠାକୁରଙ୍କ ସିଂହଦ୍ୱାର ଅରୁଣ ସ୍ତମ୍ଭ ପାଖରେ ନୂତନ ଧାନ ଓ ପୂର୍ଣ୍ଣ କୁମ୍ଭରେ ଭର୍ତ୍ତି ଥିବା ଧାନକୁ ସିଂହ ଦ୍ୱାର ଚକଡ଼ାରେ ପାଣି ସହିତ ବିଞ୍ଚାଯିବ ଏହି ଧାନକୁ ପ୍ରତେକ ସେବାୟତ ଓ ଉପସ୍ଥିତ ଭକ୍ତ ମାନେ ଘରେ ଲଷ୍ମୀ ବୃଦ୍ଧି ପାଇଁ ଗୋଟାଇ ନେଇଥାନ୍ତି। ଏହା ପରେ ଠାକୁର ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ୪ ଘରିଆ ସେବାୟତଙ୍କର ମୁଖ୍ୟ ଓ ବରିଷ୍ଠ ସେବକଙ୍କୁ ଠାକୁରଙ୍କ କୋଠ ଭଣ୍ଡାରରୁ  ଗୋଟିଏ ନୂଆ ଶାଢ଼ୀ ଆଣି ଠାକୁରଙ୍କ ଶକ୍ତିରେ ଲାଗି କରାଇ  ଆଶୀର୍ବାଦ  ପଗଡ଼ି ଓ କାଳେସି ବଂଶର ସେବକ ଆଣି ଗୁହାରିଆ ପଡିଥିବା ବରିଷ୍ଠ ସେବାୟତଙ୍କ ମୁଣ୍ଡରେ ବାନ୍ଧିଦେବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories