ଦିବ୍ୟାଙ୍ଗଜନଙ୍କୁ କୃତିମ ଉପକରଣ ବଣ୍ଟନ

ସିମୁଳିଆ :  ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ପରିସରରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ AIDP ଯୋଜନାରେ ଦିବ୍ୟାଙ୍ଗଜନ ମାନଙ୍କୁ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସୁପାରିଶ କ୍ରମେ କେତେକ ସହାୟକ କୃତିମ ଉପକରଣ ବଣ୍ଟନ କରାଯାଇଥିଲା। ସିମୁଳିଆ ବ୍ଲକ ବିଡ଼ିଓ ପୃଥ୍ବୀରାଜ ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ମଣ୍ଡଳ ଓ ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ AIDP ଯୋଜନାରେ ଦିବ୍ୟାଙ୍ଗଜନ ମାନଙ୍କ ନିମନ୍ତେ ଏବଂ ‘ରାଷ୍ଟ୍ରୀୟ ବାୟୋଶ୍ରୀ ଯୋଜନା’ରେ ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କୁ ସହାୟକ କୃତିମ ଉପକରଣ ବଣ୍ଟନ ଶିବିରରେ ୧୪୦ ଜଣଙ୍କୁ ଟ୍ରାଇ ସାଇକେଲ ,୩୬ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ଏଥି ସହିତ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତିର ରାଜ୍ୟ ମିଶନ ଶକ୍ତି ଜରିଆରେ ମାନ୍ୟବର ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସିମୁଳିଆ ବ୍ଲକରେ କାର୍ଯ୍ୟରତ ୩୦ ଜଣ ଏମବିକେ, ସିଆରପି ଓ ଇସି ସଭ୍ୟାମାନଙ୍କୁ ସ୍କୁଟି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦ ପ୍ରତିନିଧି ରଞ୍ଜନ କୁମାର ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ସରପଞ୍ଚ ସମିତି ସଭ୍ୟ ମିଶନ ଶକ୍ତିର ମା’ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Comments are closed.