www.samajalive.in
Sunday, December 14, 2025
26.1 C
Bhubaneswar

୨୬ ବର୍ଷ ବୟସରେ ପୂର୍ବତନ ମିସ୍‌ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକାଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ପୂର୍ବତନ ମିସ୍‌ ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡେ ଅରମାସ୍‌ଙ୍କର ମୃତ୍ୟୁ ହୋଇଛି । ସେ କର୍କଟରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ସର୍ବାଇକଲ୍‌ କର୍କଟ ବା ଜରାୟୁ କର୍କଟ ହୋଇଥିବା ସୂଚନା ମିଳିଛି । ତାଙ୍କର କେମୋଥେରାୀ ଏବଂ ରେଡିଓ ଥେରାପି କରାଯାଇଥିଲା । ମାତ୍ର ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିନାହିଁ ।

ଶେରିକାଙ୍କ ମୃତ୍ୟୁ ବିଷୟରେ ତାଙ୍କ ଭାଇ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି ।

- Advertisement -

୨୦୧୫ ମସିହାରେ ଚୀନ୍‌ରେ ଆୟୋଜିତ ମିସ୍ଓ୍ୱାର୍ଲ୍ଡ ପ୍ରତିଯୋଗିତାରେ ସେ ଶୀର୍ଷ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସେ ମିସ୍‌ଓ୍ୱାର୍ଲ୍ଡର ପ୍ରତିଯୋଗୀ ସହିତ ଜଣେ ମଡେଲ୍‌ ଥିଲେ । ଅନେକ ଲୋକପ୍ରିୟ ବସ୍ତୁ ପାଇଁ ସେ ବିଜ୍ଞାପନ କରିଛନ୍ତି । ପରେ ସେ ନିଜର ମେକ୍‌ଅପ୍‌ ଲାଇନ୍‌ ଲଞ୍ଚ୍‌ କରିଥିଲେ ।

ସେ କର୍କଟ ଆକ୍ରାନ୍ତ ଶିଶୁମାନଙ୍କର ପାଇଁ କାମ କରୁଥିଲେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories