www.samajalive.in
Saturday, December 13, 2025
23.1 C
Bhubaneswar

ଆଡେଣିଗଡ଼ରେ ଘରେ ଘରେ ହାତ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ଗ୍ରାମପଞ୍ଚାୟତରେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଶହ ଶହ କର୍ମୀଙ୍କ ଗହଣରେ ଆଡେଣିଗଡ଼, ରାଣୀ ଗଞ୍ଜ, ସୁରୁତା ଗଣ୍ଡା, ଗୋଛାବାରୀ ଆଦି ଗ୍ରାମଗୁଡ଼ିକରେ ଘରକୁ ଘର ଯାଇ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବା ସହିତ ଦେଶ ଏବଂ ରାଜ୍ୟ ବିରୋଧି ଉଭୟ ବିଜେପି, ବିଜେଡିର କୁଶାସନରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ହେଲେ କଂଗ୍ରେସ ଦଳ ହିଁ ବର୍ତମାନ ପାଇଁ ଏକମାତ୍ର ବିକଳ୍ପ ବୋଲି ଏକ ପଞ୍ଚାୟତସ୍ତରୀୟ ସଭାରେ ଜିଲ୍ଲା ସଭାପତି ତାଙ୍କ ବକ୍ତବ୍ୟ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ବ୍ୟତୀତ ଜିଲ୍ଲା ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର, ଜିଲ୍ଲା ସଂଯୋଜକ ସମରେନ୍ଦ୍ର ମହାକୁଳ, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ, ବେଣୁଧର ମେହେର, ୯ ନମ୍ବର ଜୋନର ସଂଯୋଜକ ଗଣେଶ ଲୌରିଆ, ଜିଲ୍ଲା କଂଗ୍ରେସର କିଷାନ ସେଲ ସଂଯୋଜକ ରୋହିତାଶ୍ଵ ବେହେରା, ୮ ନମ୍ବର ଜୋନ ସଂଯୋଜକ ବସନ୍ତ କୁମାର ହୋତାଙ୍କ ସହ ଅନେକ ମହିଳା କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories