ସୋମବାରଠାରୁ ରଣ୍ଢା ପଶ୍ଚିମେଶ୍ବରୀ ଠାକୁରାଣୀ ଯାତ୍ରା
ଗୋପାଳପୁର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ରଣ୍ଢା ପଶ୍ଚିମେଶ୍ଵରୀ ଠାକୁରାଣୀଙ୍କ ପଞ୍ଚଦିବସୀୟ ଯାତ୍ରା ସୋମବାର ଠାରୁ ଅନୁଷ୍ଠିତ ହେବ।ଏହି ଯାତ୍ରା ପାଞ୍ଚଦିନ ଧରି ଚାଲିବାକୁ ଥିବା ବେଳେ ୨୦ ତାରିଖ ଶୁକ୍ରବାର ଦିନ ଶେଷ ହେବାରେ କାର୍ଯକ୍ରମ ରହିଛି।ଏହାକୁ ଦୃଷ୍ଟିରେ ରଖି କିଭଳି ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରାଯିବ ସେଥିନିମନ୍ତେ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
୨୦ ତାରିଖ ପର୍ଯ୍ୟନ୍ତ ମାଁ ରଣ୍ଢା ପଶ୍ଚିମେଶ୍ଵରୀ ଠାକୁରାଣୀ ଯାତ୍ରା ଚାଲିବ। ସୋମବାର ଦିନ ମାଁଙ୍କ ମାର୍ଜନା କରାଯାଇ ରୀତିନୀତି ଅନୁସାରେ ମାଁ ପଶ୍ଚିମେଶ୍ଵରୀ ଠାକୁରାଣୀଙ୍କୁ ଆବାହନ କରାଯିବା ସହ ମାଁ ଙ୍କୁ ଡାକରା ହୋଇ ରାତ୍ର ୧୦ଘଣ୍ଟା.୦୫ମି ରେ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ବିଜେ କରିବେ, ସୋମବାର ଦିନ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନଯଜ୍ଞ ଆଦି ମାଁ ଙ୍କ ପୀଠରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ପାଞ୍ଚଦିନ ଧରି ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଏବର୍ଷ ବିଶେଷ ଆକର୍ଷଣ ରହିବ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଅଭିନେତ୍ରୀ ପ୍ରକୃତି ମିଶ୍ର , ଅଭିନେତା ତଥା ନୃତ୍ୟ ଶିଳ୍ପୀ ହରିହର ଦାସଙ୍କ ସହିତ ଲଗାତାର ତିନିଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ ଅଭିନେତା ଅଭିନେତ୍ରୀ ଏବଂ କଣ୍ଠଶିଳ୍ପୀ ମାନେ ଆସିବାର କାର୍ଯକ୍ରମ ରହିଛି। ଏହିଦିନ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ଅଛି ତେଣୁ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା କିପରି ଆୟୋଜନ କରଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପାଞ୍ଚ ଦିନ ଧରି ଏହି ଯାତ୍ରା ଚାଲୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୂଜା କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ।
ଆଜିର ଏହି ବୈଠକରେ ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ କାଳୁ ସାବତ , ନାରାୟଣ ପାତ୍ର, ଭଗବାନ ସାହୁ, ସାଇବ ସାହୁ, ରାଧା ମହାରଣା, ଉଦୟ ନାଥ ସାହୁ, ଉଦୟ ପାତ୍ର, ଭାଗ୍ୟ ବେହେରା, ବିଜୟ ବେହେରା, ଭଗବାନ ସାହୁଙ୍କ ସହ ରଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ।
Comments are closed.