ସମ୍ବଲପୁର : ଅଇଁଠାପାଲି ଥାନା ଅର୍ନ୍ତଗତ କାମାକ୍ଷ୍ୟା ମନ୍ଦିର ନିକଟରେ ରାସ୍ତା ପାରି ସମୟରେ ଜଣେ ବରିଷ୍ଠ ନାଗରିକ ପ୍ରସନ୍ନ ମିଶ୍ରଙ୍କୁ ଏକ ଗାଡି ଧକ୍କା ଦେଇ ଫେରାର ମାରିଥିଲା । ସେହି ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବରଗଡ ସାଂସଦ ଫେରୁଥିବା ବେଳେ ଏହା ଦେଖି ନିଜ ଗାଡିରେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ଭିମସାରକୁ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ନିଜେ ସାଂସଦ ଚିକିତ୍ସା ପାଇଁ ପଠାଇଥିଲେ। ସାଂସଦଙ୍କ ଏହି ମାନବୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି।



