୩ଦିନ ଧରି ପାଳନ କରାଯିବ ସନ୍ଥେଭଞ୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଡିସେମ୍ବର ୧୫ରୁ ୩ଦିନବ୍ୟାପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ :  ଆସନ୍ତା ଡିସେମ୍ବର ୧୫ରୁ ୧୭ ତାରିଖ ୩ଦିନଧରି ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଏଥିନିମନ୍ତେ ରବିବାର ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପ୍ରାରମ୍ଭରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର କିଭଳି ଭାବେ ଡିସେମ୍ବର ୧୫ରୁ ୧୭ ତାରିଖ ୩ଦିନବ୍ୟାପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ପ୍ରସ୍ତାବ ଓ ମତାମତ ଲୋଡିଥିଲେ। ଏହି ଅବସରରେ ସମାରୋହକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅଭ୍ୟର୍ଥନା କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି, ଖାଦ୍ୟ କମିଟି, ସାଂସ୍କୃତିକ କମିଟି ଆଦି ପ୍ରସ୍ତୁତ କରାଯାଇ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିଭଳି ସମାରୋହ ଉଦ୍‌‌ଘାଟନୀ ଦିବସରେ ସନ୍ଥେଭଞ୍ଜ ପାହାଡରୁ ଏକ ମଶାଲ ଶୋଭାଯାତ୍ରା ସମାରୋହସ୍ଥଳକୁ ଆଣି ୩ଦିନଧରି ମଶାଲ ଜଳିବା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମାରେହକୁ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟରେ ପ୍ରକାଶିତ ହେବାକୁଥିବା ସ୍ମରଣିକା ‘ସନ୍ଥଭୂମି’ ନିମନ୍ତେ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ଶୁଭେଛୁ ଚଳିତମାସ ୩୧ତାରିଖ ସୁଦ୍ଧା ନିର୍ଭୁଲ ଭାବେ ସ୍ୱରଚିତ ଲେଖା ସ୍ମରଣିକା ମୁଖ୍ୟସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି।

ଶାରଦୀୟ ପୂଜା ଛୁଟିକୁ ଆଖି ଆଗରେ ରଖି ଆସନ୍ତା ୨୯ ତାରିଖ ପରବର୍ତ୍ତି ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏହି ବୈଠକରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ପୁରାତନ କାର୍ଯ୍ୟକର୍ତ୍ତା ଏବଂ ଶୁଭେଚ୍ଛୁ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ସମ୍ପାଦକ ଶ୍ରୀ ମିଶ୍ର ନିବେଦନ କରିଛନ୍ତି । ସେହିଭଳି ବିଦ୍ୟାଳୟ ପରିସରରେ ଜାତିରଜନକ ମହାତ୍ମାଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍‌‌ଘାଟନ ଦିବସରେ ମୁଖ୍ୟଅତିଥିଙ୍କ କରକମଳରେ ଉନ୍ମେଚନ କରିବା ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଂଯୋଜକ କୃଷ୍ଣଚନ୍ଦ୍ର ମହାନ୍ତ ସମାରୋହକୁ ଅଧିକ ଆକର୍ଷଣୀୟ କରିବା ନେଇ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଲୋଡିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିନିମନ୍ତେ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଉପଦେଷ୍ଟା ତଥା ବିଦ୍ୟାଳୟର ପୁରାତନ ଶିକ୍ଷକ ଶ୍ରୀକାନ୍ତ ମହାନ୍ତ, ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ ଜୀବନ କୁମାର ଗିରି, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଉପସଭାପତି ଅନାଦି ଚରଣ ପ୍ରଧାନ ଓ ଟଙ୍କଧର ନାଏକ, ଯୁଗ୍ମସମ୍ପାଦକ ସଞ୍ଜୟ କୁମାର ନାଏକ ଓ ଲମ୍ବୋଦର ମହାନ୍ତ, କୋଷାଧ୍ୟକ୍ଷ ଦିବ୍ୟଲୋଚନ ସାହୁ, ସଦସ୍ୟ ପ୍ରଦୀପ କୁମାର ଗିରି, ମନୋଜ କୁମାର ପ୍ରଧାନ, ସଞ୍ଜୟ ନାଏକ, ଭକ୍ତରଞ୍ଜନ ମିଶ୍ର, ସଞ୍ଜୟ କୁମାର ନାଏକ, ସୁବ୍ରତ ପ୍ରଧାନ, ଭରତ ଚନ୍ଦ୍ର ପ୍ରଧାନ, ସୁବ୍ରତ ପ୍ରଧାନ, ସନାତନ ଗିରି, ଦିପ୍ତୀ କୁମାର ପ୍ରଧାନ, ବଲ୍ଲଭ ପ୍ରଧାନ. ଧ୍ୟାନ ପ୍ରଧାନ, ପ୍ରଭାସ ପ୍ରଧାନ, ରାଜକିଶୋର ପ୍ରଧାନ, ଦୁଃଶାସନ ପ୍ରଧାନ, ସୁନୀଲ କୁମାର ପ୍ରଧାନ, ଅଜୟ ପ୍ରଧାନ, ଚିନ୍ତାମଣି ମହାନ୍ତ, ବିକାଶ କୁମାର ସାହୁ, ନିର୍ମଳ ମହାନ୍ତ, ବିଶ୍ୱରଞ୍ଜନ ଗିରି, ସୁରେନ୍ଦ୍ର ନାଏକ, ଦୁଷ୍ମନ୍ତ ନାଏକ, ଅରୁଣ କୁମାର ପ୍ରଧାନ, ଲୋଚନ ପ୍ରଧାନ, ହୃଷିକେଶ ଗିରି, ଫକୀର ମୋହନ ନାଏକ, ଦଶରଥ ନାଏକ, ହିମାଂଶୁ ମହାନ୍ତଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଆଲୋଚନାରେ ଅଂଶଗ୍ରହଣ କରି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ କିଭଳି ସୁଚାରୁରୂପେ ସମ୍ପର୍ଣ୍ଣ କରାଯିବ ସେଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ।

Comments are closed.