www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବକପ୍‌ରେ ଭାରତକୁ ପରାସ୍ତ କରିବା କଷ୍ଟକର : ଡୁସେନ

ନୂଆଦିଲ୍ଲୀ: ଭାରତରେ ବିଶ୍ବକପ୍‌ ଖେଳାଯାଉଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳକୁ ଘରୋଇ ମାଟିରେ ପରାସ୍ତ କରିବା ବିଶ୍ବର କୌଣସି ଦଳ ପାଇଁ ସହଜ ନୁହେଁ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍‌ ରୁସେ ଡୁସେନ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଡୁସେନ୍‌ ଶତକ ହାସଲ କରିଥିଲେ। ଭାରତରେ ବିଶ୍ବକପ୍‌ ଖେଳିବା ସମ୍ପର୍କରେ ଡୁସେନ କହିଥିଲେ ଏଠାକାର ଗରମ ପରିବେଶରେ ଖେଳିବା ବେଶ୍‌ କଷ୍ଟକର। ତେବେ ବିଶ୍ବକପ୍‌ ମ୍ୟାଚ୍‌ ଦେଖିବା ନିମନ୍ତେ ଭାରତୀୟ ପ୍ରଶଂସକଙ୍କ ଉତ୍ସାହ ଦେଖି ସେ ବେଶ୍‌ ଖୁସି ଅଛନ୍ତି। ଭାରତୀୟ ଦଳ ସମ୍ପର୍କରେ ଡୁସେନ କହିଥିଲେ ଏହି ଦଳ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ପରିଗଣିତ। ଏହି ଦଳରେ ଅନେକ ତାରକା କ୍ରିକେଟର୍‌ ରହିଛନ୍ତି। ଭାରତ ଘରୋଇ ମାଟିରେ ବିଶ୍ବକପ୍‌ ଖେଳୁଥିବାରୁ ଏହି ଦଳକୁ ପରାସ୍ତ କରିବା କଷ୍ଟକର। ସେହିପରି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ବାଭୁମା ନିଜ ପ୍ରତିକ୍ରିୟାରେ କହିଥିଲେ ଭାରତରେ ବିଶ୍ବକପ୍‌ ଖେଳିବାର ଏକ ସ୍ବତନ୍ତ୍ର ଅନୁଭୂତି। ଏଠାକାର ଦର୍ଶକଭର୍ତ୍ତି ଷ୍ଟାଡିୟମ ଖେଳାଳିଙ୍କୁ ଭଲ ପ୍ରଦର୍ଶନ ନିମନ୍ତେ ପ୍ରେରଣା ଦେଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories