www.samajalive.in
Thursday, December 11, 2025
18.1 C
Bhubaneswar

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଫୁଲବାଣୀ: କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଜିଲା ଶ୍ରମ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ପକ୍ଷରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଟି ବ୍ଳକ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଣି ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କ.ନୂଆଗାଁ ବ୍ଳକ ସାଂସଦ ପ୍ରତିନିଧି ସହଦେବ ପାତ୍ର, କ.ନୂଆଗାଁ ବ୍ଳକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଏବଂ ଜିଲାର ବିଭିନ୍ନ ଟ୍ରେଡ଼୍‌‌ ୟୁନିୟନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସହକାରୀ ଶ୍ରମ ଅଧିକାରୀ ବିଶ୍ୱ ରଂଜନ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୨୬୯ ଜଣ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକଙ୍କୁ ୧,୦୭,୧୦,୦୦୦ ଟଙ୍କା ସହାୟତା ରଶରି ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୧୨୩ ଜଣ ହିତାଧିକାରୀଙ୍କୁ ନିଜ ପିଲାଙ୍କ ଶିକ୍ଷା ସହାୟତା ବାବଦକୁ ୭, ୨୦,୦୦୦ ଟଙ୍କା ୬୧ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦରେ ୩୦,୫୦,୦୦୦ ଟଙ୍କା, ୨୩ ଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦରେ ୨,୩୦,୦୦୦ ଟଙ୍କା, ୨୮ଜଣ ନିର୍ମାଣ ଶ୍ରମିକ କାର୍ଡ଼ ଧାରୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ବାବଦରେ ୫୪ ଲକ୍ଷ ଟଙ୍କା, ୨୨ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା,୧୨ ଜଣ ଅଣ ସଂଗଠିତ ଶ୍ରମିକ କାର୍ଡ଼ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳିନୀ ସହାୟତା ବାବଦକୁ ୧୨ ଲକ୍ଷ ଯଙ୍କା ପ୍ରଦାନ କରାଯାଇଛି। ସେହିଭଳି ୧୦୦ ଜଣ ନିର୍ମାଣ ଶ୍ରମିକଙ୍କ ନୂତନ କାର୍ଡ଼ ପ୍ରଦାନ କରାଯିବ ସହିତ ୫୦ଜଣ ଅଣ ସଂଗଠିତ ଶ୍ରମିକଙ୍କ ନୂତନ କାର୍ଡ଼ ପ୍ରଦାନ କରାଯାଇଛି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories