ହରଭଙ୍ଗା: ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ରୋଗୀକଲ୍ୟାଣ ସମିତି ବୈଠକ ସମିତି ସଭାପତି ତଥା ୮ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ତାରାମଣି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଛି। ବୈଠକରେ ଡଃ ଶ୍ରୀମନ୍ତ ସ୍ୱାଇଁ ପ୍ରଥମେ ପୁର୍ବ ବିବରଣୀ ପାଠ କରିଥିଲେ। ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତୀ କରଣ ଉପରେ ଆଲୋଚନା ହୋଇଥିଲା।ଏଥିରେ ହରଭଙ୍ଗା ସିଡିପିଓ ମିନତି ଦେଓ. ଏବିଡିଓ ସୁବାଷ ଚନ୍ଦ୍ର ଜାନି, ଆର.କେ.ଏସର ସଭ୍ୟ ରମେଶ ଚନ୍ଦ୍ର ଜେନା, ବିଧାୟକ ପ୍ରତିନିଧି ଶ୍ରୀବନ୍ତ ମେହେର, ଯନ୍ତ୍ରୀ ମଧୁସୁଦନ ଦୋରା, ସୁବାଷ ଚନ୍ଦ୍ର ସାହୁ, ବ୍ଲକ ପ୍ରୋଗ୍ରାମର ଅରୁଣ କୁମାର ପାଢ଼ୀ, ଅନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Popular Categories



