www.samajalive.in
Monday, December 8, 2025
13.1 C
Bhubaneswar

ଶନିବାର ରାଶିଫଳ (୧୪.୧୦.୨୦୨୩)

ମେଷ: ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭାଇମାନଙ୍କ ସହଯୋଗରୁ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ବୃଷ: ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆକସ୍ମିକ ଧନଲାଭ ହୋଇପାରେ। କର୍ମଚଞ୍ଚଳ ରହିବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କୃତ୍ତିକା ଓ ମୃଗଶିରାର ସାମାନ୍ୟ ଫଳ।
ମିଥୁନ: ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। କୃଷିକ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
କର୍କଟ: ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ଈଶ୍ବର ବିଶ୍ବାସୀ ହେବେ। ଭାଷା ପ୍ରେମପୂର୍ଣ୍ଣ ଓ ବ୍ୟବହାର ଭଦ୍ରୋଚିତ ହେବ। ମନରେ ପ୍ରସନ୍ନତା ଭାବ ଦେଖା​‌ ଦେବ। ପୁଷ୍ୟା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।
ସିଂହ: ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ମଘା ଓ ଉତ୍ତରାଫାଲ୍‌ଗୁନୀର ସାମାନ୍ୟ ଶୁଭ।
କନ୍ୟା: ହସ୍ତା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ସତର୍କରେ ଚଳିବେ।
ତୁଳା: ସ୍ବାତୀ ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ରାଜଯୋଗ ଭୋଗ ହେଉଥିବାରୁ ଉଚ୍ଚାସନରେ ଆସୀନ ହେବେ। ଚିତ୍ରା ସତର୍କରେ ଚଳିବେ।
ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ଆୟୁଷ୍ମାନ୍‌ ଓ ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ। ଅନୁରାଧାର ସାମାନ୍ୟ ଶୁଭ।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିକୁ କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦୟାଳୁ ସ୍ବଭାବର ହେବେ। କୁଳପ୍ରଦୀପ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଅନୁରାଧା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ।
କୁମ୍ଭ: ଶତଭିଷା ଓ ପୂର୍ବଭ୍ରାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭବାନ୍‌ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନିଷ୍ଠା ନକ୍ଷତ୍ର ସତର୍କ ରହିବେ।
ମୀନ: ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ଉତ୍ତର ଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories