ଫୁଲବାଣୀ: ଜିଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ଫୁଲବାଣୀ ସ୍ଥିତ ଆର୍.ସେ.ଟି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ଅବସରରେ ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସିଝା ଅଣ୍ଡା ସହିତ ଅନ୍ୟ ଦ୍ରବ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭା ଓ ଆଲୋଚନା ଚକ୍ରରେ ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ.ସଂଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆରସେଟିର ନିର୍ଦ୍ଦେଶକ ଚନ୍ଦ୍ର ଶେଖର ପ୍ରଧାନ, ଅତିରିକ୍ତ ପ୍ରାଣି ଚିକିତ୍ସାଧିକାରୀ ଡଃ. ସନ୍ତୋଷ କୁମାର ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
Popular Categories



