www.samajalive.in
Saturday, December 13, 2025
26.1 C
Bhubaneswar

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ: ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଦୁଇଦିନ ଧରି ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ କନ୍ଧମାଳ ଜିଲାପାଳ ଆଶିଷ୍‌‌ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ବୈଠକରେ ଜିଲାରେ ମତ୍ସ୍ୟ ଉତ୍ପାଦନ, କୁକୁଡ଼ାଚାଷ, ଅଣ୍ଡା ଉତ୍ପାଦନ, ଗୋ ପାଳନ ସଂମ୍ପର୍କରେ ଅଧିକରୁ ଅଧିକ ଚାଷୀ ଯେଭଳି ଭାବେ ଅନ୍ତର୍ଭୁକ୍ତ କରିବା ଓ ବିଭିନ୍ନ ଦିଗରେ ଚାଷୀ ମାନଙ୍କୁ ସଚେତନ କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ସଂଜୀବ କୁମାର ପଟେଲ ପ୍ରକାଶ କରିଥିଲେ। ସମସ୍ତ ବ୍ଳକର ପ୍ରାୟ ୭୦୦ ଜଣ ବିଭିନ୍ନ ଚାଷୀ ଏହି ମେଳାରେ ସାମିଲ୍‌‌ ହେବ ବୋଲି ସୂଚନା ଦିଆଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories