www.samajalive.in
Friday, December 12, 2025
16.1 C
Bhubaneswar

ଗଞ୍ଜାମ ବ୍ଲକ ସିଡିପିଓଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ :ଗଞ୍ଜାମ ବ୍ଲକ ସିଡିପିଓ ସଲୀଳା ପ୍ରଧାନଙ୍କୁ ଛତ୍ରପୁର ସହର ସ୍ଥିତ ଋଷିକୁଲ୍ୟା ଭବନ ସମ୍ମିଳନୀ କକ୍ଷରେ ପୋଷଣ ମାସ ଉଦଯାପନୀ ସମାରୋହରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି।
ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ଵରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଡେପୁଟି କଲେକ୍ଟର ଦୀପ୍ତିମୟୀ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବେଦା ପରବିନ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ ଏଡର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ, ପୋଷଣ ଜିଲ୍ଲା ସଂଯୋଜକ ଅମିତ କୁମାର ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଚଳିତ ବର୍ଷ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ଗଞ୍ଜାମ ବ୍ଲକରେ ସିଡିପିଓ ଶ୍ରୀମନ୍ତୀ ପ୍ରଧାନଙ୍କ ତତ୍ୱାବଧାନରେ ସୁପରଭାଇଜର ଓ ସମସ୍ତ ଅଙ୍ଗନବାଡି କର୍ମୀ ନିରନ୍ତର ଉଦ୍ୟମ ଫଳରେ ପ୍ରତି ସେକ୍ଟର ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପୋଷଣ ମାସ କାର୍ଯ୍ୟକ୍ରମ ଆକର୍ଷଣୀୟ କରାଯାଇ ଜନ ସଚେତନତା ସୃଷ୍ଟି କାରାଯାଇଥିଲା।
ଶୋଭାଯାତ୍ରା, ପୃଷ୍ଟି ସାର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ଶିଶୁ, ପ୍ରସୂତି ମହିଳା, ଗର୍ଭବତୀ ମହିଳା, କିଶୋରୀ ମାନଙ୍କୁ ନେଇ ଗଞ୍ଜାମ ବ୍ଲକରେ ବ୍ଲକ ସ୍ତରୀୟ ଓ ବିଭିନ୍ନ ସେକ୍ଟର ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନାତା ସୃଷ୍ଟି କରାଯାଥଲା। ଏଥିପାଇଁ ବିଶେଷ ସଫଳତା ପାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories