www.samajalive.in
Sunday, December 7, 2025
23.1 C
Bhubaneswar

ଗୋଆରେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଶବ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ନିବେଦନ

କଲମପୁର : ସରୁନାହିଁ ଦାଦନ ଯନ୍ତ୍ରଣା। ଶୁଖୁନାହିଁ ମୃତ ଦାଦନ ପରିବାର ଲୋକଙ୍କ ଆଖିର ଲୁହ। କେତେବେଳେ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହୋଇ ଗୋଡ଼ ହାତ କାଟି ହୋଇ ଗାଁକୁ ଫେରୁଛିତ ତ ପୁଣି କେତେବେଳେ କେଉଁଠି କିଏ ନିଖୋଜ ହୋଇଯାଉଛି। ପରିବାର ଲୋକ ବର୍ଷ ବର୍ଷ ଧରି ତାର ଫେରିବା ପଥକୁ ଚାହିଁ ରହିଛନ୍ତି। ଆଉ କିଛି ଶ୍ରମିକ କାମ କରୁଥିବା ସ୍ଥାନରେ ମୃତ୍ୟୁର ଶିକାର ହେଉଛନ୍ତି। କାହାର ଭାଗ୍ୟରେ ଗାଁ ମାଟି ଜୁଟୁଛି ତ କାହା ଭାଗ୍ୟରେ ଗାଁ ମାଟି ମଧ୍ୟ ମିଳୁନାହିଁ। ପୁଣି ଏମିତି ଏକ ଦାଦନ ଦୁଃଖ ଖବର ଆସିଛି କଲମପୁର ଅଞ୍ଚଳରୁ। ଜଣେ ଶ୍ରମିକ ଗୋଆକୁ ଦାଦନ ଖଟିବାକୁ ଯାଇ ଛାତ ଭୁଷୁଡି ପଡ଼ିବାରୁ ଛାତ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ଏବେ ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାରଲୋକ କୁଟୃ ପୁଲିସ ଫାଣ୍ଡି ଅଧିକାରୀ ଏବଂ କଲମପୁର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେବା ଭଳି ଖବର ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଦୁଲକିବନ୍ଧ(ଚଞ୍ଚରାପଡ଼ା)ର ସ୍ୱର୍ଗତ ନରେନ୍ଦ୍ର ଲେଞ୍ଜିଆଙ୍କ ୨୩ ବର୍ଷିୟ ପୁଅ ବିଭୁତି ନିଜ ବିଧବା ମାଆକୁ ଘରେ ଛାଡି ଗତ ମାର୍ଚ୍ଚ ମାସରେ କିଛି ଅଧିକ ରୋଜଗାର କରିବା ଆଶାରେ ସାଙ୍ଗ ଶ୍ରମିକଙ୍କ ସହ ଗୋଆକୁ ଯାଇଥିଲେ। ସେଠାରେ କୌଣସି ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲେ। ଗୁରୁବାର କାମ କରୁଥିବା ବେଳେ ହଠାତ୍‌‌ ଏକ ଛାତ ଭୁଷୁଡ଼ି ଯାଇଥିଲା। ଯେଉଁଥିରେ ବିଭୁତି ଚାପି ହେଇ ଗୁରୁତର ହେଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଭୁତିଙ୍କ ସାଙ୍ଗରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇ ଘଟଣା ସମ୍ବନ୍ଧରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଖବର ପାଇବା ପରେ ପରିବାରକୁ ଲାଗିଥିଲା ଶକ୍ତ ଧକ୍କା। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କିଛି ରୋଜଗାର ଆଶାରେ ଘରେ ବିଧବା ମାଆକୁ ଛାଡି ରୋଜଗାର ପାଇଁ ଯାଇଥିବା ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ଅସହାୟ ହୋଇପଡ଼ିଛନ୍ତି ମାଆ ଯମୁନା। ଅନ୍ୟପଟେ ତାଙ୍କ ମୃତଦେହ କିଭଳି ଗାଁ ମାଟିକୁ ଫେରାଇ ଅଣାଯାଇ ପାରିବ ସେନେଇ ଚିନ୍ତାରେ। ଶୁକ୍ରବାର ଏନେଇ ପରିବାର ପକ୍ଷରୁ ସ୍ଥାନୀୟ କୁଟୃ ପୁଲିସ ଫାଣ୍ଡି ସମେତ କଲମପୁର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ମୃତ ଯୁବ ଦାଦନଙ୍କ ପରିବାର ଲୋକ। ପ୍ରଶାସନ ପକ୍ଷରୁ ଶବ ଫେରାଇ ଆଣିବା ପାଇଁ ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇଛି।

- Advertisement -

ସୂଚନାଯୋଗ୍ୟଯେ, ରିତିମତ କଲମପୁର ବ୍ଲକ ଅଂଚଳରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି। କିନ୍ତୁ କୌଣସି ଦିନ ଶ୍ରମ ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନନେବା ପରିତାପର ବିଷୟ। ବ୍ଲକର ପ୍ରାୟ ୧୦ ହଜାର ଶ୍ରମିକ ରାଜ୍ୟ ବାହାରେ ନିୟୋଜିତ ହୋଇଛନ୍ତି। କାମ ଧନ୍ଦା ଅଭାବ ଯୋଗୁଁ ରୋଜଗାର ଶୂନ୍ୟ ହୋଇ ଘରେ ବସି ରହିବା ଅପେକ୍ଷା ଯୁବକମାନେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଶ୍ରମ ଭିତ୍ତିକ ମନରେଗା ଯୋଜନା ରହିଛି, ତାହା କେବଳ ଧର୍ମକୁ ଆଖିଠାର ସଦୃଶ। ତେଣୁ ଶ୍ରମିକ ମନରେଗାରୁ ନିଜକୁ ଦୂରେଇ ଦାଦନ ଖଟିବାକୁ ଯିବା ପାଇଁ ଉଚିତ ମଣୁଥିବା ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories