www.samajalive.in
Sunday, December 7, 2025
26.1 C
Bhubaneswar

ଭୂତ ଦେଖିଛନ୍ତି!

ଅନେକ ଲୋକ ଭୂତ ଉପରେ ବିଶ୍ୱାସ କରନ୍ତି। ସମଗ୍ର ବିଶ୍ୱରେ ବି ଏହା ଏକ ସାଧାରଣ ବିଶ୍ୱାସ। ଅଧିକାଂଶଙ୍କ ଧାରଣା ଯେ ଯେତେବେଳେ କେହି ମରିଯାଏ, ତା’ର ଆତ୍ମା ​​ଏହି ଦୁନିଆରେ ବିଦ୍ୟମାନ ରହେ। ପ୍ୟାରିସ୍‌ସ୍ଥିତ ଅନୁସନ୍ଧାନକାରୀ ସଂସ୍ଥା ଇପ୍ସୋସ ଦ୍ବାରା ୨୦୧୯ ସର୍ଭେରୁ ଜଣାପଡିଛି ଯେ ୧୮% ଲୋକେ ଭୂତ ଚଳପ୍ରଚଳ କରୁଥିବା ତଥ୍ୟକୁ ଗ୍ରହଣ କରୁଛନ୍ତି। ଏହି ବର୍ଗର ଲୋକ ମତାମତ ଦେଇଛନ୍ତି ଯେ ସେମାନେ ଭୂତ ଦେଖିଛନ୍ତି ନଚେତ୍ ସେମାନଙ୍କ ଉପସ୍ଥିତି ଥିବା ଭଳି ବିଭିନ୍ନ ସମୟରେ ଅନୁଭବ କରିଛନ୍ତି।

ଇଂଲଣ୍ଡରେ ଭୂତ କ୍ଲବ୍:
କେମ୍ବ୍ରିଜ୍ ଏବଂ ଅକ୍ସଫୋର୍ଡ ପରି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଭୂତମାନଙ୍କର ପ୍ରମାଣ ଖୋଜିବା ପାଇଁ ଉତ୍ସର୍ଗୀକୃତ କ୍ଲବ୍ ରହିଛି। ୧୮୮୨ ମସିହାରେ ଏହି କ୍ଷେତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ, ସୋସାଇଟି ଫର ସାଇକିକାଲ୍ ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଥିଲା। ଏହି ଗୋଷ୍ଠୀରେ ଏଲିନୋର ସିଡୱିକ୍ ନାମକ ଜଣେ ମହିଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଅନୁସନ୍ଧାନରେ ସେ ପ୍ରକାଶ କରିଛନ୍ତି ଯେ ବିଶ୍ବର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକ ବିଭିନ୍ନ ଫଟୋଗ୍ରାଫ୍ ତାଙ୍କ ପାଖକୁ ପଠାଉଥିଲେ, ଯେଉଁଥିରେ ଅଶରୀରୀଙ୍କ ଉପସ୍ଥିତି ଦେଖାଯାଉଛି। କେତେଜଣ ମତ ଦେଇଥିଲେ ସେହି ସ୍ଥାନରେ ଥାଇ ବି ସେମାନେ ଭୂତକୁ ଲକ୍ଷ୍ୟ କରନ୍ତି ନାହିଁ, କିନ୍ତୁ ପରେ ପ୍ରିଣ୍ଟ କାଗଜରେ ଭୂତ ଦେଖାଯାଏ। କେତେଜଣ ମଧ୍ୟ ଏଇ ଫଟୋ ଦେଖି ଅସ୍ୱୀକାର ମଧ୍ୟ କରିଛନ୍ତି। ଅନେକ ଲୋକ ଭୂତଙ୍କ ସହିତ ନିଜ ପ୍ରଥମ ଅନୁଭୂତି ପ୍ରକାଶ କରିଛନ୍ତି। ଭୂତ ସହିତ ନିଜ ବ୍ୟକ୍ତିଗତ ଅଭିଜ୍ଞତା ପ୍ରଫେସର ଡେଭିଡ ଫଣ୍ଟାନା ନାମକ ଜଣେ ବ୍ୟକ୍ତି ଏକ ପୁସ୍ତକରେ ଲେଖିଛନ୍ତି। ଦିନେ ସେ କାରଖାନା ଭିତରକୁ ଗଲାବେଳେ ହଠାତ୍ ଚତୁର୍ଦିଗ ଅନ୍ଧକାର ଘୋଟିଗଲା। ହଠାତ୍ କାରଖାନାର ଯନ୍ତ୍ରପାତି ଚାଲୁ ହେବା ପରେ ହଠାତ୍ କେହି ଯେପରି ତାଙ୍କୁ ଧକ୍କା ଦେଲା ଓ ସେ ତଳେ ପଡ଼ିଗଲେ। କାରଖାନା ଭିତ​‌େ​‌ର ଥିବା ସିସିଟିଭି ରେକର୍ଡରୁ ଅନ୍ୟ କିଛି ତଥ୍ୟ ବି ଜଣାପଡ଼ିଥିଲା। ଗବେଷକଦଳଙ୍କ ମତରେ ସେମାନେ ଏଭଳି ଅନେକ ଅଦ୍ଭୁତ ଏବଂ ଅସ୍ପଷ୍ଟ – ରହସ୍ୟମୟ ତଥା ଭୟାନକ ତଥ୍ୟର ସାମ୍ନା କରିଥଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories