BJD Bijuli 480×75 Mob

ଭିଡିଓକନ୍‌-ଆଇସିଆଇସିଆଇ ଋଣ ମାମଲାର ସିବିଆଇ ତଦନ୍ତ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭିଡିଓକନ୍‌ କମ୍ପାନୀକୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ପ୍ରଦାନରେ ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଛି। ଏହି ଋଣ ଅନିୟମିତତା ପଛରେ ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କ ମଧ୍ୟରେ ରହିଥିବା ଭିତିର ସମ୍ପର୍କ ମୂଳ କାରଣ ବୋଲି ଅଭିଯୋଗ ହୋଇଛି। ତେଣୁ ଏହି ଭିତିରି ସମ୍ପର୍କ ଉପରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ସିବିଆଇ ଏଥିପାଇଁ ଏକ ପ୍ରାଥମିକ ଅନୁସନ୍ଧାନ (ପିଇ) ରୁଜୁ କରିଛି। ଏହି ପିଇରେ ଦୀପକ କୋଚ୍ଚର, ବେଣୁଗୋପାଳ ଓ ଅନ୍ୟମାନଙ୍କ ନାମ ରହିଥିବା ସିବିଆଇ କହିଛି। ସାଧାରଣତଃ ମାମଲା ରୁଜୁ କରିବା ପୂର୍ବରୁ ସିବିଆଇ ପ୍ରଥମେ ଏହି ପିଇ ରୁଜୁ କରିଥାଏ। ପିଇ ରୁଜୁ ପରେ ସିବିଆଇ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଣ କରିଥାଏ ଓ ପରେ ମାମଲା ରୁଜୁ କରେ। ସିବିଆଇ କହିଛି ଯେ ତଦନ୍ତ ପାଇଁ ବ୍ୟାଙ୍କ ନେଣଦେଣ ଓ ଅନ୍ୟାନ୍ୟ କାଗଜପତ୍ରକୁ ଯାଞ୍ଚ କରାଯାଉଛି। ଏହା ସହିତ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଓ ଅନ୍ୟମାନଙ୍କୁ ଜେରା ପାଇଁ ସମନ ଜାରି କରିବା ଲାଗି ବିଚାର କରାଯାଉଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି। ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍‌ ଗ୍ରୁପ୍‌କୁ ୩୨୫୦କୋଟି ଟଙ୍କା ଋଣ ଯୋଗାଇ ଦେବାର ୬ମାସ ପରେ ଦୀପକ କୋଚ୍ଚରଙ୍କ ମାଲିକାନାଧୀନ ଗୋଟିଏ କମ୍ପାନୀକୁ ଧୂତ କୋଟି କୋଟି ଟଙ୍କାର ଯୋଗାଇ ଦେଇଥିଲେ। ଭିଡିଓକନ୍‌ ଗ୍ରୁପ୍‌ ୨୦ଟି ବ୍ୟାଙ୍କରୁ ମୋଟ ୪୦ହଜାର କୋଟି ଟଙ୍କା ଋଣ ନେଇଥିବାବେଳେ ଏହି ଅର୍ଥ ଏହାର ଏକ ଅଂଶବିଶେଷ।

Leave A Reply