www.samajalive.in
Friday, December 12, 2025
16.1 C
Bhubaneswar

ଆସନ୍ତାକାଲି ଡେରା ବାବା ନାନକ-କରତାରରପୁର ସାହିବ ରୋଡ୍‍ କରିଡରର ଶିଳାନ୍ୟାସ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଆସନ୍ତାକାଲି ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାକୁ ସଂଯୋଗ କରୁଥିବା ଡେରା ବାବା ନାନକ-କରତାରରପୁର ସାହିବ୍‍ ରୋଡ କରିଡରର ଶିଳାନ୍ୟାସ କରିବେ। କେନ୍ଦ୍ରମନ୍ତ୍ରୀ ହରସିମ୍‍ରତ୍‍ କୌର୍‍ ବାଦଲ୍‍, ହର୍‍ଦୀପ୍‍ ସିଂହ ପୁରୀ ମଧ୍ୟ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପାକିସ୍ତାନ ଗସ୍ତ କରିବେ। ଏହି ଉତ୍ସବରେ ଯୋଗ ଦେବାପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ମନ୍ତ୍ରୀ ନବଜୋତ୍‍ ସିଂହ ସିଧୁଙ୍କୁ ମଧ୍ୟ ପାକିସ୍ତାନ ତରଫରୁ ନିମନ୍ତ୍ରଣ କରାଯାଇଛି।
ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ଏଥିପାଇଁ କ୍ୟୁରେସିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀମତୀ ସ୍ୱରାଜ କହିଛନ୍ତି, ପୂର୍ବରୁ ନିର୍ଦ୍ଧାରିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନାହାନ୍ତି।। ଶ୍ରୀମତୀ ସ୍ୱରାଜ ଆସନ୍ତାକାଲି ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ଯିବେ।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍‍ ଗୁରୁବାର ଦିନ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ କରତାରପୁର କରିଡର୍‍ ଉନ୍ନତିକରଣ ନିମନ୍ତେ ଭୂମି ଚିହ୍ନଟ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories