www.samajalive.in
Saturday, December 13, 2025
23.1 C
Bhubaneswar

୭୨ ଘଣ୍ଟା ପରେ ବି ଜଳପ୍ରପାତରେ ନିଖୋଜ ଛାତ୍ରଙ୍କ ପତ୍ତା ମିଳୁନି

ଫୁଲବାଣୀ: କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ରବିବାର ପାଣିରେ ଖସିପଡି ଜଣେ ଛାତ୍ର ନିଖୋଜ ହୋଇ ଯାଇଥିଲେ। ଇତି ମଧ୍ୟରେ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ସ୍ଥାନୀୟ ପୁଲିସ, ଦମକଳ ବାହିନୀ ସହ ଓଡ୍ରାଫର ଏକ ଟିମ୍ ଘଟଣା ସ୍ଥଳରେ ଖୋଜାଖୋଜି ଚଳାଇଥିଲେ ମଧ୍ୟ ସଫଳତା ମିଳି ପାରିନି।

ସୂଚନାଯୋଗ୍ୟ, କଟ୍ରିଙ୍ଗିଆ ପଞ୍ଚାୟତ ନାକଡିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା(୧୫) ରବିବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ଉର୍ମାଗଡ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ଗୋଡ ଖସି ଯିବାରୁ ସେ ପାଣିରେ ପଡି ଯାଇଥିଲେ। ସାଙ୍ଗମାନେ ବହୁତ ଖୋଜାଖୋଜି କରି ମଧ୍ୟ ତାଙ୍କୁ ନ ପାଇବାରୁ ପରିବାର ଲୋକଙ୍କୁ ଜଣାଇଥିଲେ। ଘରଲୋକେ ରାତିସାରା ଖୋଜିଥିଲେ ମଧ୍ୟ ରାଖଲଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ। ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories