www.samajalive.in
Monday, December 8, 2025
24.1 C
Bhubaneswar

ଫୁଲବାଣୀରେ କଂଗ୍ରେସର ଘର ଘର ହାତ କାର୍ୟ୍ୟକ୍ରମ

ଫୁଲବାଣୀ:ଫୁଲବାଣୀ ବ୍ଲକ କଂଗ୍ରେସ କମିଟି ଏବଂ ଫୁଲବାଣୀ ନଗର କଂଗ୍ରସ କମିଟି ତରଫରୁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରତିଭା କହଁର ଏବଂ ନଗର କଂଗ୍ରସ ସଭାପତି ଶିବ ଶଙ୍କର ବେହେରାଙ୍କ ନେତୃତ୍ୱରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ କାଣିବାଲି, ଦୁଡୁକି, ବିଶିପଡ଼ା, ଗାଡିପଦର ଏବଂ ଫୁଲବାଣୀ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ କାର୍ୟ୍ୟକ୍ରମ କରାଯାଇଥିଲା। କଂଗ୍ରେସ ନେତା ଓ କର୍ମୀ ମାନେ ଘରକୁ ଘର ବୁଲି କଂଗ୍ରେସ ଦଳର ନିତି ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ସମର୍ଥନ ପାଇଁ ଆହ୍ବାନ ଦେଇଥିଲେ। ସୂଚନାଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ଥଳର ସଂଗଠନକୁ ମଜବୁତ କରିବା ପାଇଁ ରାଜ୍ୟ ସାରା ଏହି କାର୍ୟ୍ୟକ୍ରମ ଜାରୀ ରହିଛି। କାର୍ୟ୍ୟକ୍ରମରେ ବରିଷ୍ଟ କଂଗ୍ରେସ ନେତା ଘନ ଶବର, ହେମନ୍ତ କର, ବସନ୍ତ ପାଢ଼ୀ, ସଂସାର ଭୋଇ, ମାମି ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିଭଳି ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଟିମାହା ପଂଚାୟତରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories