www.samajalive.in
Sunday, December 14, 2025
16.1 C
Bhubaneswar

ସାଇବର ଅପରାଧରୁ ସୁରକ୍ଷା ଏକ ଆହ୍ୱାନ ସୃଷ୍ଟି କରିଛି

ଆଠଗଡ :  କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଓ ଆଠଗଡ ଥାନାର ମିଳିତ ଆନୁକୁଲ୍ୟରେ ସାଇବର ଅପରାଧ ସୁରକ୍ଷା ସଂପର୍କୀତ ଏକ ସଚେତନତା ଗଣଦୌଡ ଓ ସଭା ଆଠଗଡରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରଥଗଡା ଛକଠାରୁ ଗୋପବନ୍ଧୁ ବିଜ୍ଞାନ କଲେଜ ପର୍ଯ୍ୟନ୍ତ ପ୍ରାୟ ୨କିମିରୁ ଅଧିକ  ରାସ୍ତାରେ ଗ୍ରାମାଞ୍ଚଳ ଏସପିଙ୍କ ନେତୃତ୍ୱରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଆଠଗଡର କ୍ରୀଡାବିତ୍‌‌ ଓ ବହୁ ଯୁବକ ଆୟୋଜିତ ଏକ ଗଣଦୌଡରେ ସାମିଲ ହୋଇଥିଲେ । ଏହି ଗଣଦୌଡକୁ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସବୁଜ ପତାକା ଦେଖାଇ ଉଦ୍‌‌ଘାଟନ କରିଥିଲେ। ପରେ ପରେ ଗୋପବନ୍ଧୁ ବିଜ୍ଞାନ କଲେଜ ପ୍ରେକ୍ଷାଗୃହରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ ସଂପ୍ରତି ସାଇବର ଅପରାଧ କେବଳ ଓଡିଶା ବା ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଏବଂ ଏଥିରୁ କିପରି ସୁରକ୍ଷା ମିଳିବ ତାହା ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ଉଦାହରଣ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଚେତନ ଓ ସତର୍କ ରହିଲେ ଏହି ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖି ପାରିବେ ବୋଲି ପ୍ରକାଶ କରିଥିଲେ।

- Advertisement -

ଏସପି ଶ୍ରୀ ପଣ୍ଡା ସାଇବର ଅପରାଧର ବିଭିନ୍ନ ଶୈଳୀ ଓ ଭିନ୍ନ ଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ସଚେତନତା, ସତର୍କତା ଓ ସାବଧାନତା ଅବଲମ୍ବନ ଦ୍ୱାରା ହିଁ ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସାଇବର ଅପରାଧ ରୋକିବା ଏବଂ ଲୋକଙ୍କୁ ଏଥିରୁ ସୁରକ୍ଷା ଦେବା ଲାଗି ସରକାର ଓ ରାଜ୍ୟ ପୁଲିସ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ଘଣ୍ଟିଆ ଟୋଲ ଫ୍ରି ନମ୍ବର ୧୯୩୦ ମାଧ୍ୟମରେ ଯେ କୌଣସି ସାଇବର ଠକାମିର ଶିକାର ବ୍ୟକ୍ତି ବିଶେଷ ଅଭିଯୋଗ କରିପାରିବେ ଏବଂ ତତ୍‌‌କ୍ଷଣାତ୍‌‌ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି ଶ୍ରୀ ପଣ୍ଡା ସୂଚାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଦେବଦତ୍ତ ବରାଳ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଓ ସଭ୍ୟା ଶାନ୍ତିଲତା ବେହେରା ପ୍ରମୁଖ ଉଦ୍‌‌ବୋଧନ ଦେଇ ଛାତ୍ରଛାତ୍ରୀ ଓ ଯୁବ ସମାଜ ସାଇବର ଅପରାଧ ସଂପର୍କରେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲାଗି ପରାମର୍ଶ ଦେଇଥିଲେ। ଆକାଶବାଣୀ ଉଦ୍‌‌ଘୋଷିକା ଜସ୍ମିନ୍‌‌ ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ସଚେତନଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଆଠଗଡ ଏସିଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ମୁଖ୍ୟାଳୟର ଡିଏସପି ଅଶ୍ୱିନୀ କୁମାର ସାହୁ, ଅନ୍ୟତମ ଡିଏସପି ସନ୍ଧ୍ୟାରାଣୀ ବେଉରିଆ, ଆଠଗଡ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି, ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନା, ଶକୁନ୍ତଳା ଦାସ ଓ ଜନ୍ମିତା ସାସମଲଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାଇବର ଅପରାଧ ସୁରକ୍ଷା ରଥ ମାଧ୍ୟମରେ ଆଠଗଡର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସନ୍ଧ୍ୟାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories