www.samajalive.in
Sunday, December 14, 2025
15.1 C
Bhubaneswar

ଶଶିଭୂଷଣ ମହାନ୍ତି ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତି

ଗୋପାଳପୁର: ଗୋପାଳପୁରର ବିଜେଡି ନେତା ଶଶିଭୂଷଣ ମହାନ୍ତିଙ୍କୁ ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶଶିଭୂଷଣଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବା ଦଳର ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ରାଜନୀତିରେ ଅନେକ ସଫଳତା ପାଇଛନ୍ତି। ବ୍ରହ୍ମପୁର ସିଟି କଲେଜରେ ପାଠ ପଢିବା ସମୟରେ ୧୯୮୭ରେ କଲେଜ ଛାତ୍ର ସଂସଦ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ପାଠ ପଢା ସାରିବା ପରେ ସକ୍ରିୟ ଭାବେ ରାଜନୀତିରେ ସାମିଲ ହୋଇ ୧୯୯୭ରେ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧ରୁ କାଉନସିଲର ଭାବେ ନିର୍ବାଚିତ ହେବା ସହ ୨୦୦୩ରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।

- Advertisement -

୨୦୧୭ରେ ୫୫ ନଂ ଜୋନ ଜିଲା ପରିଷଦ ଭାବରେ ନିର୍ବାଚିତ ହେବା ସହ ଗୋପାଳପୁର ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଜିଲା ଯୋଜନା ବୋର୍ଡ ସଦସ୍ୟ, ଆଲ୍ଲୀପୁର ସମବାୟ ସମିତି ସଭାପତି, ୟୁନଭରସିଟି ହାୟର ସେକେଣ୍ଡାରୀ କଲେଜର ପରିଚାଳନା କମିଟି ସଦସ୍ୟ, ଗଞ୍ଜାମ ଜିଲା ବିଜେଡ଼ି ସାଧାରଣ ସମ୍ପାଦକ, ଜିଲା ଭେଲ୍ୟୁସନ କମିଟି ସଦସ୍ୟ ଭାବରେ ନିଜର କାର୍ଯ୍ୟ ସଠିକ ଭାବେ ସମ୍ପାଦନା କରିଥିଲେ। ଏହାସହ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦାୟିତ୍ବ ସୂଚାରୁରୂପେ ସମ୍ପାଦନା କରିଥିଲେ। ଦଳ ପକ୍ଷରୁ ଭରସା ଓ ବିଶ୍ବାସ କରାଯାଇ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ପ୍ରମୁଖଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories