www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ

ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ଛାତ୍ରଛାତ୍ରୀ। ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି। ଉତ୍ତରାଖଣ୍ଡ ସ୍ଥିତ ଡେରାଡୁନ ଠାରେ ଅକ୍ଟୋବର ୩ ତାରିଖରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସମଗ୍ର ଦେଶର ୨୨ଟି ରାଜ୍ୟରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଓଡିଶାର ୫୬ଜଣ ଛାତ୍ରଛାତ୍ରୀ ପ୍ରାୟ ୩୧ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୨୧ଜଣ କୃତିତ୍ବ ଅର୍ଜନ କରିଛନ୍ତି ।

ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜକାର୍ଯ୍ୟାଳୟ ପରିସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନର ବିଭାଗୀୟ କମିଶନର ରୂପା ରୋଶନ ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।
ସମ୍ବର୍ଦ୍ଧନା ସଭାରେ ଅନୁସୂଚିତ ଜନଜାତି ବିଭାଗୀୟ ନିର୍ଦ୍ଦେଶକ ତଥା ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିରିକ୍ତ ଶାସନ ସଚିବ ନାରାୟଣ ଧଳ, ପ୍ରଣତୀ ପାତ୍ରତଥାଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ଜାମାଲି ରଇତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋଲୋ ସଙ୍ଗୀତ ପରିବେଷଣରେ ଭୀମା ନାଚିକା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୋଲୋ ନୃତ୍ୟ ପରିବେଷଣରେ ସୋନା ମାଡକାମୀ ଓ ଡମ୍ବୁରୁ ମୁଦୁଲୀ ତୃତୀୟ ସ୍ଥାନ, ଚନ୍ଦନା ରଇତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷେ ମଞ୍ଚନାଟକ ପରିବେଷଣରେ ଭୂବନ ଖୋରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ରାମଚନ୍ଦ୍ର ହାଁସଦା ଓ ସାବିତ୍ରୀ ଓରାମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ କଲ୍ୟାଣୀ ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାମୁହିକ ସଙ୍ଗୀତ ପରିବେଷଣରେ ବବିତା ନାଏକ, ଆରତୀ ମାଝି, ଦିଲେଶ୍ବର କିଶାନ, ଶ୍ରୁତି ସା, ସାଗରିକା ଓରାମ, ସିମରନ୍ କୁଜୁର, ସୌଦାମିନୀ ମିଞ୍ଜ, ଅନିଶା ଲୁଗୁନ୍, ଶ୍ରାବଣୀ ନାଏକ, ମନୋଜ ରୋହିଦାସ, ମନିଷା କୁଜୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories