ସାପ ଦଂଶନରେ ଚାଲିଗଲା ଛାତ୍ରୀଙ୍କ ଜୀବନ
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଓସ୍ତପୁର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ଓଝା(୧୫)ଙ୍କର ବିଷଧର ସାପ ଦଂଶନରେ ମୃତ୍ୟୁ ଘଟିଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଲକ୍ଷ୍ମୀପ୍ରିୟାଙ୍କୁ ସାପ କାମୁଡ଼ିବାରୁ କଟକ ବଡ଼ ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶବ ଵେବଚ୍ଛେଦ ପରେ ମୃତଦେହ ଗାଁକୁ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ନିମାଇଁ ଚରଣ ସାହୁ, ମନୋଜ କୁମାର ଓଝା, ଚିତ୍ତରଞ୍ଜନ ପ୍ରଧାନ, ରୋମାଲିନ ନାୟକ, ରଶ୍ମିରେଖା ଦାସ, ଚିତ୍ତରଞ୍ଜନ ଦଳାଇ ପ୍ରମୁଖ ବିଦ୍ୟାଳୟ ପକ୍ଷରୁ ଶବଧାରରେ ପୁଷ୍ପ ମାଲ୍ୟପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ, ମନୋରଞ୍ଜନ ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ସାମଲ, ରାଜ କିଶୋର ନାୟକ, ଅନନ୍ତ କିଶୋର ମଲ୍ଲ ସମେତ ବହୁ ଜନ ସାଧାରଣ ଶବ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଗାଁ ଶ୍ମଶାନରେ ଲକ୍ଷ୍ମୀପ୍ରିୟାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଭାଇ ସନ୍ଦୀପ ଓଝା ମୁଖାଗ୍ନି ଦେଇଥିଲେ।
Comments are closed.