ଦେଶୀ ରନ୍ଧା ମଦ ସହ ବାଇକ ଜବତ, ଜଣେ ଗିରଫ

ଦେବଗଡ଼: ଦେଶୀ ରନ୍ଧା ମଦ ଚୋରା ଚାଲାଣ ହେଉଥିବା ବେଳେ ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହାକୁ ଜବତ କରାଯିବା ସହ ବ୍ୟବହୃତ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି। ଏଥିସହ ଚୋରା ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଦେବଗଡ଼ ପୌରାଞ୍ଚଳ ଗୁରୁଢିପା ସାହିର ପଞ୍ଚାନନ ପାତ୍ର(୩୭) ବୋଲି ଜଣାପଡ଼ିଛି।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାନନ ୧୦ଟି ବୋତଲରେ ୨୦ ଲିଟର ଦେଶୀ ରନ୍ଧାମଦ ଭର୍ତ୍ତି କରି ବ୍ୟାଗରେ ପୁରାଇବା ସହ ଏହାକୁ ଏକ ବାଇକ ଯୋଗେ ଚୋରାଚାଲାଣ କରୁଥିଲେ। ସୂଚନା ପାଇ ଦେବଗଡ଼ ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଥାନା ଅନ୍ତର୍ଗତ କମଳାବଗିଚା-କଂଗ୍ରେସପୁର ରାସ୍ତାରେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ତା’ ନିକଟରୁ ଉପରୋକ୍ତ ଦେଶୀ ରନ୍ଧାମଦ ବାହାରିବାରୁ ଏହା ସହିତ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରିଥିଲେ। ସେହିପରି ପଞ୍ଚାନନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

 

Comments are closed.