ଆଠଗଡ଼: ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ୧ନଂ ଜିଲ୍ଲା ପରିଷଦ ଜୋନ ଅଧିନ ବିଭିନ୍ନ ପଞ୍ଚାୟତରେ ଶନିବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ ଏହି ପଦଯାତ୍ରାକୁ ଉଦ୍ଘାଟନ କରି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚି ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ କରିବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଆୟୋଜିତ ହେଉଥିବା ସୂଚନା ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସର୍ବୋଚ୍ଚ ଅଦାଲତର ଅଧିବକ୍ତା ତଥା ବିଡେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପରିବାର ସଦସ୍ୟ ଭାବେ ବିବେଚନା କରି ସେମାନଙ୍କ ସୁଖଦୁଃଖର ସାଥୀ ହୋଇ ରହିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ବହୁ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ବାରମ୍ବାର ଅବିଚାର କରୁଥିବା ସତ୍ତ୍ବେ ବିଜେଡି ସରକାରଙ୍କର ୨୩ବର୍ଷ ଶାସନ ମଧ୍ୟରେ ଓଡ଼ିଶା ସବୁ କ୍ଷେତ୍ରରେ ବିକଶିତ ହୋଇଛି ଏହି ବିକାଶ ଧାରା ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଜନସଂପର୍କ ପଦଯାତ୍ରା କୁଲାଇଲୋ ପଞ୍ଚାୟତର ତଳଗଡ଼ଠାରୁ ଆରମ୍ଭ ହୋଇ ଶିଳାପାଟ, ପାଟଲିଙ୍ଗା, ତେନ୍ତୁଳିଆ, ବାଇଲୋ ହୋଇ ଯୋରନ୍ଦାରେ ଶେଷ ହୋଇଥିଲା। କୁଲାଇଲୋ ସରପଞ୍ଚ ସୁଜାତା ବେଉରାୟ, ସମିତିସଭ୍ୟ ଅନୁସୟା ସ୍ୱାଇଁ, ତରଡିଙ୍ଗ ସରପଞ୍ଚ ସିଦ୍ଧାନ୍ତ ଦଳାଇ, ଜୋରନ୍ଦା ସରପଞ୍ଚ କମଳା ନାୟକ, ସମିତି ସଭ୍ୟ ମାନସ ସ୍ୱାଇଁ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ସମବାୟବିତ୍ ଲଳିତେନ୍ଦୁ ସେନାପତି, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ସମବାୟବିତ୍ ତଥା କୃଷକ ନେତା ନିରାକାର ଲେଙ୍କା, ବଂଶୀଧର ମହାନ୍ତି, ହାଡିବନ୍ଧୁ ସ୍ୱାଇଁ, ସୁଶାନ୍ତ ଦାସ, ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ରାୟ ଓ ଗୋଲଖ ବିହାରୀ ସ୍ୱାଇଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ବହୁ ଆଗଧାଡିର ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।
Popular Categories



